ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଦୌଡ଼କୁଦ: ବିକ୍ରାନ୍ତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ପକ୍ଷରୁ ଚେନ୍ନାଇର ତାମିଲନାଡୁ ଫିଜିକାଲ୍‌ ଏଜୁକେସନ୍‌ ଆଣ୍ଡ୍ ସ୍ପୋର୍ଟସ ୟୁନିଭର୍ସିଟି ପରିସରରେ ଚାଲିଥିବା ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ କିଟ୍‌ ବିଶ୍ବବିଦ୍ୟାଳୟର ବିକ୍ରାନ୍ତ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୭୭.୫୨ ମିଟର ଜାଭଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିବା ସହ ଏହି ପଦକ ଜିତି ‌ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୫୦୦୦ ମିଟରରେ କିଟ୍‌ର ଅନ୍ତିମା ପାଲ ଅଷ୍ଟମ ସ୍ଥାନରେ ରହିଥିଲେ ମଧ୍ୟ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଟିକେଟ୍‌ କରାୟତ୍ତ କରିଥିଲେ। ଏହି ସଫଳତା ଲାଗି ବିକ୍ରାନ୍ତ ଓ ଅନ୍ତିମାଙ୍କୁ କିଟ୍‌ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର