ଭୁବନେଶ୍ବର : ରେକର୍ଡ ୪ ଥର ଡାକଶ୍ରୀ ମୁକୁଟ ବିଜେତା ଜନ୍ମେଜୟ ମହାନ୍ତି ପୁଣି ଥରେ ସର୍ବଭାରତୀୟ ଡାକ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୭୫ରୁ ୮୦ କିଲୋଗ୍ରାମ ଓଜନ ବର୍ଗରେ ଲଗାତାର ଦଶମ ଥର ପାଇଁ ଜନ୍ମେଜୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ସର୍ବଭାରତୀୟ ଡାକ କ୍ରୀଡ଼ାରେ ଜନ୍ମେଜୟ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗିତା ପୂର୍ବରୁ ୪୦ ଦିନ ଭିତରେ ନିଜ ଓଜନରେ ୧୫ କିଲୋ ହ୍ରାସ କରିବାରେ ସକ୍ଷମ ହୋଇଥିଲେ।
୨୦୧୧ ମସିହାରୁ ଜନ୍ମେଜୟ ସର୍ବଭାରତୀୟ ସ୍ବର୍ଣ୍ଣ ପଦକ ଜିତି ଆସୁଥିଲେ ମଧ୍ୟ ଡାକଶ୍ରୀ ମୁକୁଟ ଏଥର ଅନ୍ୟତମ ଓଡ଼ିଆ ଖେଳାଳି ରଶ୍ମିରଂଜନ ସାହୁ ଜିତିଛନ୍ତି। ରଶ୍ମି ନିଜ ୯୦ କିଲୋଗ୍ରାମ ଓଜନ ବର୍ଗରେ ବିଜେତା ହେବା ସହ ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ସ ବିବେଚିତ ହେବାରୁ ପ୍ରଥମ ଥର ଡାକଶ୍ରୀ ମୁକୁଟ ଜିତିଥିଲେ। ନିକଟରେ ମାଳଦ୍ବୀପଠାରେ ଅନୁଷ୍ଠିତ ଏସୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଥିଲେ ରଶ୍ମି। ୧୨ ଥର ମିଷ୍ଟର୍ ଓଡ଼ିଶା ବିବେଚିତ ରଶ୍ମି ୩ ଥର ଜୁନିୟର ମିଷ୍ଟର୍ ଇଣ୍ଡିଆ ଏବଂ ୫ ଥର ଇଷ୍ଟର୍ଣ୍ଣ ଇଣ୍ଡିଆ ସ୍ବର୍ଣ୍ଣ ପଦକ ଜିତିବା ପରେ ଗତବର୍ଷ ଡାକ ବିଭାଗରେ ଯୋଗ ଦେଇ ଏବେ ସଫଳତାର ସିଡ଼ି ଚଢ଼ିଛନ୍ତି। ଅନ୍ୟତମ ଓଡ଼ିଆ ବିଶ୍ବଜିତ ପ୍ରତିହାରୀ ୯୦ରୁ ୧୦୦ କିଲୋଗ୍ରାମ ଓଜନ ବର୍ଗରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/spo-1.jpg)