ନ୍ୟୁୟର୍କ: ଚଳିତ ୱିମ୍ବଲଡନ୍‌ ମହିଳା ଏକକ ଫାଇନାଲ୍‌ରେ ଆମେରିକାର ଆମଣ୍ଡା ଆନିସିମୋଭୋ ଏବଂ  ପୋଲାଣ୍ଡ୍‌ର ଈଗା ସ୍ବିତେକ୍‌ ମୁହାଁମୁହିଁ ହେବେ। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଆମଣ୍ଡା ୬-୪, ୪-୬, ୬-୪ରେ ଶୀର୍ଷମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କାଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ୨୩ ବର୍ଷୀୟା ଫ୍ଲୋରିଡ଼ା ଝିଅ ଆମଣ୍ଡା ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡ ସ୍ଲାମ ଫାଇନାଲ୍‌ ଖେଳିବେ।

Advertisment

ସେରେନା ୱିଲିୟମ୍ସ (୨୦୦୪)ଙ୍କ ପରେ ସର୍ବକନିଷ୍ଠ ଆମେରିକୀୟ ମହିଳା ଭାବେ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ସେ। ଅନ୍ୟପକ୍ଷରେ ଦ୍ବିତୀୟ ସେମିଫାଇନାଲ୍‌ରେ ୫ ଥର ଗ୍ରାଣ୍ଡ୍ ସ୍ଲାମ ବିଜେତା ପୋଲାଣ୍ଡର ଈଗା ସ୍ବିତକେ ୬-୨, ୬-୦ରେ ସ୍ବିଜରଲାଣ୍ଡ୍‌ର ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ।