ଓଡ଼ିଶା ଫୁଟ୍‌ବଲର୍‌ ଭବିଷ୍ୟତ ଅମନ, ପରୁଷୋତ୍ତମ ଓ ଶୁଭଦ୍ରା

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଝିରପାନି ଗାଁର ବାଳକ ଅମନ ଖାଲକୋ ଏବେ ଓଡ଼ିଶା ଫୁଟ୍‌ବଲ୍‌ର ଭବିଷ୍ୟତ ଭାବେ ଉଭା ହୋଇଛନ୍ତି। ୧୫ ବର୍ଷରୁ କମ୍‌ ଜାତୀୟ ଦଳର ସଦସ୍ୟ ଭାବେ ଚୀନ୍‌ରେ ସାଂଘାଇ କପ୍‌ ଖେଳି ସେ ନିଜ ପ୍ରତିଭାର ପରିଚୟ ଦେଇ ସାରିଛନ୍ତି। ସେହିଭଳି ରାଜ୍ୟ କ୍ରୀଡ଼ାଛାତ୍ରାବାସର ପୁରୁଷୋତ୍ତମ କେର୍କେଟା ମଧ୍ୟ ସେହି ସାଂଘାଇ କପ୍‌ରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏହି କିଶୋର ପ୍ରତିଭା ଭବିଷ୍ୟତରେ ଜଣେ ପେସାଦାର ଫୁଟ୍‌ବଲର୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ସାଲିଆସାହି ବସ୍ତିରେ ରହି ନନ୍ଦ କିଶୋର ପଟ୍ଟନାୟକଙ୍କ ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣରେ ଶୁଭଦ୍ରା ଆଗକୁ ବଢ଼ିଛନ୍ତି। ଶ୍ରୀଲଙ୍କାରେ ଆୟୋଜିତ ୧୪ ବର୍ଷରୁ କମ୍‌ ଏସୀୟ ଫୁଟ୍‌ବଲ୍‌ରେ ସେ ଜାତୀୟ ଦଳର ପ୍ରତିନିଧିତ୍ୱ କରି ସାରିଛନ୍ତି। ଏହି ତିନି ଜଣ ଖେଳାଳିଙ୍କ ସହ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘର ସଂପାଦକ ସନ୍ୟାସ କୁମାର ବେହେରାଙ୍କୁ ନିକଟରେ ଭୁବନେଶ୍ୱର ଟେଣ୍ଟ ହାଉସ୍‌ ମାଲିକ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର