ଓଡ଼ିଶା ଏଫ୍‌ସିରେ ଯୋଡ଼ିହେଲେ ଅମରିନ୍ଦର

ଭୁବନେଶ୍ବର : ଆଗାମୀ ଆଇଏସ୍‌ଏଲ୍‌ ଋତୁ ଲାଗି ଓଡ଼ିଶା ଏଫ୍‌ସି ଭାରତର ଅନ୍ତର୍ଜାତୀୟ ତାରକା ପଞ୍ଜାବ ଜନ୍ମିତ ଅମରିନ୍ଦର ସିଂହଙ୍କ ସହ ଚୁକ୍ତି କରିଛି। ପୁନେ ଏଫ୍‌ସି ଯୁବ ଦଳର ସଦସ୍ୟ ଥିବା ଅମରିନ୍ଦର ୨୦୧୫ରେ ଏଟିକେ ଏଫ୍‌ସିରେ ଯୋଗଦେଇଥିଲେ। ଏହାପରେ ଆଇଲିଗ୍‌ରେ ସେ ବେଙ୍ଗାଲୁରୁ ଏଫ୍‌ସିରେ ଖେଳିଥିଲେ। ୨୦୧୬ ଆଇଏସ୍‌ଏଲ୍‌ରେ ମୁମ୍ବାଇ ସିଟିରେ ଯୋଗଦେବା ସହ ଗୋଲ୍‌ଡେନ୍‌ ଗ୍ଲୋବ୍ସ କରାୟତ୍ତ କରିଥିଲେ। ୨୦୨୦-୨୧ ଋତୁରେ ମୁମ୍ବାଇ ସିଟିର ଆଇଏସ୍‌ଏଲ୍‌ ଟ୍ରଫି ଏବଂ ଲିଗ୍‌ ବିଜେତା ସିଲ୍ଡ ବିଜୟରେ ତାଙ୍କର ଅବଦାନ ରହିଥିଲା। ୨୦୧୭ରେ ସେ ଭାରତୀୟ ବରି‌ଷ୍ଠ ଦଳ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର