ଭୁବନେଶ୍ବର: ମୁମ୍ବାଇରେ ରବିବାର ରାତିରେ ଶେଷ ହୋଇଥିବା ଏସିଆର ସର୍ବବୃହତ ହେଲ୍ଥ ଆଣ୍ଡ୍ ଫିଟନେସ୍ ପ୍ରତିଯୋଗିତାରେ ଓଡ଼ିଶାର ରମଣ ରତନ ରାଉତ ପ୍ରଥମ ପଦାର୍ପଣରେ ଚମକ ଛାଡ଼ିଛନ୍ତି। ବିଶ୍ବସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମିଷ୍ଟର୍ ଅଲିମ୍ପିଆ ପାଇଁ ଯୋଗ୍ୟତା ମାଧ୍ୟମ ହେଉଥିବା ଏହି ପ୍ରତିଯୋଗିତାରେ ରମଣ ନିଜ ‘ଇ’ ଡିଭିଜନ୍ରେ ତୃତୀୟ ରନର୍ ଅପ୍ ହୋଇଛନ୍ତି।
ଜଣେ ଚଣ୍ଡିଗଡ଼ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ମାତ୍ର ୪ ସପ୍ତାହ ମଧ୍ୟରେ ସଫଳତା ମିଳିଥିବାରୁ ଖୁସି ହୋଇଛନ୍ତି ଏହି ଭୁବନେଶ୍ବର ଯୁବକ। ବିଶ୍ବର ବିଭିନ୍ନ ଦେଶରୁ ୭୦୦ ପ୍ରତିଯୋଗୀ ଏହି ୩ ଦିନିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/26-8.jpg)