ନୂଆଦିଲ୍ଲୀ: ଆଇପିଏଲ୍-୨୦୨୪ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଚେନ୍ନାଇ ରାଜସ୍ଥାନକୁ ପରାସ୍ତ କରିବା ପରେ ଚେନ୍ନାଇ ପାଇଁ ପ୍ଲେ ଅଫର ରାସ୍ତା ସହଜ ହୋଇଯାଇଛି।

Advertisment

ଏହି ମ୍ୟାଚରେ ଏମଏସ ଧୋନି ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। ଏହି ଖେଳକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ଏକ ବଡ଼ ବିବୃତି ଦେଇଛନ୍ତି।

ଅମ୍ବାତି ରାୟୁଡୁ କହିଛନ୍ତି, ଭବିଷ୍ୟତରେ ଚେନ୍ନାଇରେ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ହେବ।। ଧୋନି ଚେନ୍ନାଇର ଭଗବାନ ଏବଂ ମୁଁ ନିଶ୍ଚିତ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଚେନ୍ନାଇରେ ଧୋନିଙ୍କ ଏକ ମନ୍ଦିର ନିର୍ମାଣ ହେବ। ସେ ଏମିତି ଜଣେ ବ୍ୟକ୍ତି ଯିଏକି ତାଙ୍କ ଖେଳାଳିଙ୍କ ଉପରେ ବିଶ୍ୱାସ କରନ୍ତି । ସେ ଦଳ, ଦେଶ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

କ୍ରିକେଟ ପ୍ରେମୀ ଏମଏସ ଧୋନିଙ୍କୁ ଆଇପିଏଲ ୨୦୨୪ରେ ଦେଖିବାକୁ ଚାହୁଁଥିଲେ । ଏଭଳି ପରିସ୍ଥିତିରେ ଧୋନି ମଧ୍ୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ନଥିଲେ। ଆଇପିଏଲରେ ସେ ଅନେକ ଶେଷ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଚୌକା ଓ ଛକା ମାରି ଦର୍ଶକଙ୍କୁ ଖୁସି କରାଇ ଦେଇଥିଲେ।  ଧୋନି ଚଳିତ ସିଜନରେ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚ ଖେଳିଛନ୍ତି। ଏହି ୧୩ଟି ମ୍ୟାଚରେ ସେ ୧୧ ଚୌକା ଓ ୧୨ଟି ଛକା ମାରିଛନ୍ତି।