ଲିୟନ (ଫ୍ରାନ୍ସ): ଚଳିତ ଫିଫା ମହିଳା ବିଶ୍ବକପ୍ ଫାଇନାଲ୍ରେ ଆମେରିକା-ନେଦରଲାଣ୍ଡ୍ ମୁକାବିଲା ହେବ। ମଙ୍ଗଳବାର ଇଂଲଣ୍ଡ ବିପକ୍ଷରେ ନାଟକୀୟ ବିଜୟ ସହ ଆମେରିକା ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲା। ବୁଧବାର ସ୍ବିଡେନ୍କୁ ୧-୦ ଗୋଲ୍ରେ ପରାସ୍ତ କରି ନେଦରଲାଣ୍ଡ୍ ପ୍ରଥମ ଥର ଲାଗି ଫାଇନାଲ୍ ପ୍ରବେଶ କରିଛି। ୟୁରୋପୀୟ ବିଜେତା ନେଦରଲାଣ୍ଡ୍ ସେମିଫାଇନାଲ୍ରେ ସ୍ବିଡେନ୍ ସହ କଡ଼ା ସଂଘର୍ଷ କରିଥିଲା। ନିର୍ଧାରିତ ସମୟ ଗୋଲ୍ ଶୂନ୍ୟ ଭାବେ ଶେଷ ହେବା ପରେ ଅତିରିକ୍ତ ସମୟରେ ହିଁ ନେଦରଲାଣ୍ଡ୍ ବାଜି ମାରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp