ଫ୍ରାନ୍ସ: ଆମେରିକୀୟ ଫୁଟ୍ବଲ୍ରେ ଲିଙ୍ଗଗତ ଭେଦଭାବ ଚରମ ସୀମାରେ ପହଞ୍ଚିଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସେଠାକାର ମହିଳା ଫୁଟବଲ୍ ଖେଳାଳି। ଏଥିନେଇ ସେମାନେ ମିଳିତ ଭାବେ ଆମେରିକୀୟ ଫୁଟବଲ୍ ମହାସଂଘକୁ ଅଦାଲତକୁ ଟାଣିଛନ୍ତି। ଫ୍ରାନ୍ସରେ ଖେଳାଯିବାକୁ ଥିବା ମହିଳା ଫୁଟବଲ୍ ବିଶ୍ବକପ୍ର ମାତ୍ର ତିନି ମାସ ପୂର୍ବରୁ ଆମେରିକୀୟ ଫୁଟବଲରେ ଦେଖା ଦେଇଥିବା ଏହି ବିବାଦ ଏବେ ପ୍ରମୁଖ ଚର୍ଚାର ବିଷୟ ହୋଇଛି। ଆମେରିକୀୟ ମହିଳା ଫୁଟବଲ୍ ଦଳର ସମସ୍ତ ୨୮ ଜଣ ସଦସ୍ୟ ଏହି ମାମଲାରେ ବାଦୀ ରହିଥିଲା ବେଳେ ଆମେରିକୀୟ ଫୁଟବଲ୍ ମହାସଂଘକୁ ପ୍ରତିବାଦୀ କରାଯାଇଛି। ପୁରୁଷ ଖେଳାଳିଙ୍କ ତୁଳନାରେ ସେମାନଙ୍କୁ କମ୍ ଅର୍ଥ ଦିଆଯାଉଥିବା ମହିଳା ଖେଳାଳିମାନେ ନିଜ ଅଭିଯୋଗ ଫର୍ଦରେ ଦର୍ଶାଇଛନ୍ତି। ୩ ବର୍ଷ ପୂର୍ବେ ମଧ୍ୟ ଆମେରିକୀୟ ମହିଳା ଫୁଟବଲ୍ ଦଳ ଏଥିନେଇ ଆମେରିକୀୟ କର୍ମ ନିୟୋଜନ ସଂସ୍ଥାର ଦ୍ବାରସ୍ଥ ହୋଇଥିଲେ। ଆମେରିକୀୟ ଫୁଟବଲ୍ ମହାସଂଘ ଏଥିନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ। ୨୦୧୫ରେ କାନାଡାରେ ଆୟୋଜିତ ମହିଳା ଫୁଟ୍ବଲ୍ ବିଶ୍ବକପ୍ର ଗତ ସଂସ୍କରଣରେ ଜାପାନକୁ ହରାଇ ଆମେରିକା ବିଜେତା ହୋଇଥିଲା।
ଆମେରିକୀୟ ଫୁଟ୍ବଲ୍ରେ ଲିଙ୍ଗ ଭେଦ, ଅଦାଲତକୁ ଗଲେ ମହିଳା ଖେଳାଳି
/sambad/media/post_attachments/wp-content/uploads/2019/03/Untitled-1-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)