ଭୁବନେଶ୍ୱର: ହରିଆଣାର ସୋନେପତ୍ରେ ଚାଲିଥିବା ଆଇଟା ଚାମ୍ପିଅନ୍ସିପ୍ ସିରିଜ୍ (ସିଏସ୍୭)ରେ ଓଡ଼ିଆ ଝିଅ ଅମିକ କିରଣ ବଟ୍ଟ୍ ଏକକ ମୁକୁଟ ଜିତିଛନ୍ତି। ଭୁବନେଶ୍ୱର ଯୁବତୀ ଅମିକ୍ ଶନିବାର ୧୮ ବର୍ଷରୁ କମ୍ ଏକକ ଫାଇନାଲ୍ରେ ଦିଲ୍ଲୀର ଶ୍ରଦ୍ଧା ଛାବ୍ରାଙ୍କୁ ୬-୨, ୬-୧ରେ ସିଧାସଳଖ ସେଟରେ ହରାଇ ଦେଇଥିଲେ। ୧୬ ବର୍ଷରୁ କମ୍ ବାଳିକା ଏକକ ଫାଇନାଲ୍ରେ ହାରି ଅମିକ୍ କିନ୍ତୁ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲେ। ଫାଇନାଲ୍ରେ ଅମିକ୍ଙ୍କୁ ତେଲେଙ୍ଗାନାର ଭେଦା ରାଜୁ ୬-୦, ୨-୬, ୭-୫ରେ ହରାଇ ଦେଇଥିଲେ।
ଅମିକ୍ଙ୍କୁ ଆଇଟା ସିଏସ୍ ମୁକୁଟ
/sambad/media/post_attachments/wp-content/uploads/2018/09/13-Ameek-Kiran-Batth.jpg)