ଭୁବନେଶ୍ବର ): ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଲାଗି ୧୮ ଜଣିଆ ଭାରତୀୟ ଦଳ ଶୁକ୍ରବାର ଘୋଷିତ ହୋଇଛି। ଅଭିଜ୍ଞ ଡିଫେଣ୍ଡର ହର୍ମନ୍ପ୍ରୀତ୍ ସିଂହଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ଓଡ଼ିଶାରୁ ଦୁଇ ଜଣ ଅମିତ ରୋହିଦାସ ଓ ନୀଲମ ସଂଜୀପ ଖେସ୍ ସ୍ଥାନ ପାଇଛନ୍ତି। ଅମିତଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି।
ଏହି ବିଶ୍ବକପ୍ ଭୁବନେଶ୍ବର ଓ ରାଉରକେଲାରେ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୧୬ ଦଳ ଭାଗ ନେଉଥିଲା ବେଳେ ଭାରତ ଗ୍ରୁପ୍-ଡି’ରେ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ସହ ସ୍ଥାନ ପାଇଛି। ଉଦ୍ଘାଟନୀ ଦିବସରେ ରାଉରକେଲାରେ ସ୍ପେନ୍ ବିପକ୍ଷରେ ଖେଳି ଘରୋଇ ଦଳ ଅଭିଯାନ ଆରମ୍ଭ କରିବ। ଏହା ପରେ ଇଂଲଣ୍ଡ (୧୫ ତାରିଖ) ଏବଂ ୱେଲ୍ସ (୧୯ ତାରିଖ) ବିପକ୍ଷରେ ଖେଳି ଲିଗ୍ ପର୍ଯ୍ୟାୟ ଶେଷ କରିବ।