ଇତିହାସ ରଚିଲେ ଅମିତ, ବିଶ୍ବ ମୁ‌ଷ୍ଟିଯୁଦ୍ଧ ଫାଇନାଲ୍‌ ପହଞ୍ଚିବାରେ ପ୍ରଥମ ଭାରତୀୟ

ଏକ୍‌ଟେରିନ୍‌ବର୍ଗ (ରୁଷିଆ): ଏସୀୟ ବିଜେତା ଅମିତ ପଙ୍ଘଲ (୫୨ କେଜି) ପ୍ରଥମ ଭାରତୀୟ ଭାବେ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅମିତ ୩-୨ରେ କାଜାକସ୍ତାନର ସାକେ ବିବୋସିନୋଭଙ୍କୁ ମାତ୍‌ ଦେଇଥିଲେ। ଏଥି ସହିତ ପ୍ରଥମ ଭାରତୀୟ ଭାବେ ବିଶ୍ବ ପ୍ରତିଯୋଗିତାରେ ଅତି କମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ସ୍ବର୍ଣ୍ଣ ପଦକ ପାଇଁ ଶନିବାର ଫାଇନାଲ୍‌ରେ ତାଙ୍କର ଭେଟ ଉଜବେକିସ୍ତାନର ସାଖୋବିଦିନ ଜୋଇରୋଭଙ୍କ ସହ ହେବ। ଅନ୍ୟପକ୍ଷରେ ଶୁକ୍ରବାର ସେମିଫାଇନାଲ୍‌ରେ ହାରି ଭାରତୀୟ ଯୋଦ୍ଧା ମନୀଷ କୌଶିକ (୬୩ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ୬୩ କେଜି ବର୍ଗ ସେମିରେ କ୍ୟୁବାର ଆଣ୍ଡି ଗୋମେଜ କ୍ରୁଜ ୫-୦ରେ ମନୀଷଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର