ଭୁବନେଶ୍ବର: ହକି ଇଣ୍ଡିଆ ବୁଧବାର ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଲାଗି ୨୬ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାରୁ କେବଳ ଅମିତ ରୋହିଦାସ ରହିଛନ୍ତି। ଭାରତ, ଫ୍ରାନ୍ସ, ନେଦରଲାଣ୍ଡ୍ସ ଓ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ଜାନୁଆରି ୨୨ରୁ କେପ୍ଟାଉନ୍ରେ ଖେଳାଯିବ। ଦଳର ନେତୃତ୍ବଭାର ଏଫ୍ଆଇଏଚ୍ ବର୍ଷର ଶ୍ରେଷ୍ଠ ଖେଳାଳି ହର୍ମନପ୍ରୀତ ସିଂହଙ୍କ କାନ୍ଧରେ ରହିଥିଲା ବେଳେ ହାର୍ଦିକ ସିଂହ ଉପଅଧିନାୟକ ରହିଛନ୍ତି। କନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ତାରକା ଅରାଇଜିତ ସିଂହ ହୁଣ୍ଡାଲ ଓ ବବି ସିଂହ ଧାମିଙ୍କୁ ଦଳରେ ସାମିଲ କରାଯାଇଛି।
ଭାରତୀୟ ଦଳ: ପିଆର୍ ଶ୍ରୀଜେଶ, କୃଷ୍ଣ ବାହାଦୂର ପାଠକ, ପବନ (ଗୋଲି), ଜର୍ମନପ୍ରୀତ ସିଂହ, ଯୁଗରାଜ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ସୁମିତ, ସଂଜୟ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ (ଡିଫେଣ୍ଡର), ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ, ଶାମସେର ସିଂହ, ବିଷ୍ଣୁକାନ୍ତ ସିଂହ, ହାର୍ଦିକ ସିଂହ, ମନପ୍ରୀତ ସିଂହ (ମିଡ୍ଫିଲ୍ଡର), ମନ୍ଦୀପ ସିଂହ, ଅଭିଷେକ, ସୁଖଜିତ ସିଂହ, ଗୁରଜାଣ୍ଟ ସିଂହ, ଲଳିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ ହୁଣ୍ଡାଲ, ବବି ସିଂହ ଧାମି (ଫରୱାର୍ଡ)।