ବିସିସିଆଇ ନିର୍ବାଚନ ଲଢ଼ି‌େବ ଅମିତ୍ ଶାହ!

କୋଲକାତା: ଅକ୍ଟୋବର ମାସରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ସୌରଭ ଗାଙ୍ଗୁଲି, ରଜତ ଶର୍ମା ଅବତୀର୍ଣ୍ଣ ହେବା ସମ୍ଭାବନା ରହିଛି। କିନ୍ତୁ ସବୁଠାରୁ ବଡ଼ ନାମ ଶୁକ୍ରବାର ପଦାକୁ ଆସିଛି।‌ ଦେଶର ଦ୍ବିତୀୟ କ୍ଷମତାଶାଳୀ ବ୍ୟକ୍ତି ଗୃହମନ୍ତ୍ରୀ ଅମିତ ଶାହ ଏହି ମଇଦାନରେ ସାମିଲ ହେବେ ବୋଲି ଜଣାପଡ଼ିଛି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମିଡିଆ ବ୍ୟକ୍ତିତ୍ବ ରଜତ ଶର୍ମାଙ୍କ ନାମ ଖୋଲାଖୋଲି କୁହାଯାଇଥିବା ବେଳେ ଅମିତ ଶାହଙ୍କ ସମ୍ପର୍କରେ କିନ୍ତୁ କେହି ଅଦ୍ୟାବଧି କିଛି କହିନାହାନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୨୨ ତାରିଖରେ ବିସିସିଆଇର ବହୁ ପ୍ରତୀକ୍ଷିତ ସାଧାରଣ ବାର୍ଷିକ ଅଧିବେଶନ ଏବଂ ନିର୍ବାଚନ ଅନୁଷ୍ଠିତ‌ ହେବ। ବିସିସିଆଇ ଦାୟିତ୍ବରେ ଥିବା କ୍ରିକେଟ୍ ପ୍ରଶାସକଙ୍କ ସମିତି (ସିଓଏ) ମୁଖ୍ୟ ବିନୋଦ ରାଏ ଅକ୍ଟୋବର ୨୨ ତାରିଖରେ ଏଜିଏମ୍‌ କରାଇବା ନେଇ ଦୃଢ଼ ନିଶ୍ଚିତ ଅଛନ୍ତି। ଶେଷ ଥର ପାଇଁ ୩ ବର୍ଷ ତଳେ ବିସିସିଆଇ ଏଜିଏମ୍ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର