ନୀରଜ ଚୋପ୍ରା ସୁନା ପଦକ ଜିତିବା ପରେ ଅମିତାଭ ସ୍ବତନ୍ତ୍ର ଶୈଳୀରେ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତବା ପରେ ନୀରଜ ଚୋପ୍ରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୁନା ପଦକ ନିଜ ନାମରେ କରିବା ପରେ ନୀରଜଙ୍କୁ ଦେଶର ଲୋକ ଭିନ୍ନଭିନ୍ନ ଶୈଳୀରେ ଶୁଭେଚ୍ଛା ଜଣାଉଛନ୍ତି। ବଲିଉଡ କଳାକାର ବି ତାଙ୍କ ଏଭଳି ବିଜୟକୁ ନେଇ ଖୁସି ଜାହିର କରିଛନ୍ତି।

ସଲମାନ ଖାନ ଓ ରଣଦୀପ ହୁଡ୍ଡା ନୀରଜଙ୍କ ଏଭଳି ସଫଳତାକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ ବଲିଉଡ କିଂବଦନ୍ତୀ ବିଗ ବି ଅମିତାଭ ବଚ୍ଚନ ବି ନୀରଜଙ୍କୁ ସ୍ବତନ୍ତ୍ର ଶୈଳୀରେ ଶୁଭେଚ୍ଛା ଜଣାଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 

ଅମିତାଭ ବଚ୍ଚନ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ କରିଛନ୍ତି। ଯେଉଁଥିରେ ସେ ଭିନ୍ନ ଶୈଳୀରେ ସୁନା ପଦକ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଅମିତାଭ ଲେଖିଛନ୍ତି, ଏକ ଛାତି, ୧୦୩ କୋଟି ଲୋକଙ୍କ ଛାତି ଚଉଡ଼ା କରି ଦେଇଛି। ଭାରତୀୟ ଅଲିମ୍ପିକ୍ସ ଟିମ ସାରା ବିଶ୍ବରେ ଦେଶର ପତାକା ଉଡ଼ାଇଛନ୍ତି। ଏଥିସହିତ ଅମିତାଭ ଆନିମେଟେଡ ଭିଡିଓ ବି ସେୟାର କରିଛନ୍ତି, ଯେଉଁଥିରେ ନୀରଜ ଜାଭେଲିନ ଥ୍ରୋ କରୁଥିବା ଦେଖିବାକୁ ମିଳୁଛି।

 

ସମ୍ବନ୍ଧିତ ଖବର