ଅଷ୍ଟ୍ରେଲିଆ ବିପକ୍ଷରେ ମହିଳା କ୍ରିକେଟ ଟିମ୍‌ ଇଣ୍ଡିଆର ବିଜୟକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଅମିତାଭ କଲେ ଏହି ଭୁଲ

ନୂଆଦିଲ୍ଲୀ: ମହାନାୟକ ଅମିତାଭ ବଚ୍ଚନ ନିଜର ଟୁଇଟର ଆକାଉଣ୍ଟରେ ମହିଳା କ୍ରିକେଟ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଦେବାକୁ ଯାଇ ଏକ ବଡ଼ ଭୁଲ କରି ଦେଇଥିବା ଖବର ଆସିଛି। ଅମିତାଭ ରବିବାରକୁ ମହିଳା ଟିମ୍‌ ଇଣ୍ଡିଆର ଏକ ଫଟୋକୁ ନିଜର ଫଟୋ ସହିତ ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ। ସେ ମହିଳା କ୍ରିକେଟ ଟିମ୍‌ର ଆଫ୍ରିକା ବିପକ୍ଷରେ ବିଜୟ ଲାଭର ଏକ ଫଟୋକୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଲାଭ କହି ପୋଷ୍ଟ କରିବା ପରେ ସମାଲୋଚନା ଆରମ୍ଭ ହୋଇଯାଇଥିଲା। ଏହା ପରେ ପ୍ରଶଂସକମାନେ ତାଙ୍କୁ ତାଙ୍କ ଭୁଲ ଦେଖାଇଥିଲେ।

ଅମିତାଭ ବଚ୍ଚନ ଟୁଇଟ କରି, ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ ମହିଳା କ୍ରିକେଟ ଟିମ୍‌କୁ ଇଣ୍ଡିଆକୁ ଶୁଭେଚ୍ଛା ଦେଇଥିଲେ। ଭାରତୀୟ ଟିମ୍‌ ବେଟିଂ ହେଉ ଅବା ଫିଲଡିଂ ଖୁବ୍‌ ସୁନ୍ଦର ଭାବେ ପ୍ରଦର୍ଶନ କରିଛନ୍ତି। ବିଶେଷ ଭାବେ ଜେମିମା ରୋଡ୍ରିଗଜଙ୍କ ବାଉଣ୍ଡ୍ରିରେ ଆକର୍ଷଣୀୟ କ୍ୟାଚ ଧରିଥିଲେ। ତୁମକୁ ନେଇ ଗର୍ବ ଅନୁଭବ ହେଉଛି।

 

 

ଅମିତାଭଙ୍କ ଏହି ଟୁଇଟରେ ପ୍ରଶଂସକମାନେ ବି ମହିଳା କ୍ରିକେଟ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ପରେ ଅମିତାଭ ଏକ ଭୁଲ କରିଛନ୍ତି ବୋଲି କହି ଲେଖିଥିଲେ, ଆପଣ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଅଷ୍ଟ୍ରେଲିଆର ନୁହେଁ ବରଂ ଆଫ୍ରିକା ସିରିଜ ସମୟର।

ସମ୍ବନ୍ଧିତ ଖବର