ମୁମ୍ବାଇ: ବିସିସିଆଇର ନୂଆ ଚୁକ୍ତିକୁ ନେଇ ଏହାର କାମଚଳା ସମ୍ପାଦକ ଅମିତାଭ ଚୌଧୁରୀ ଅସନ୍ତୁଷ୍ଟ ହୋଇଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ଏହି ଚୁକ୍ତି ପ୍ରକ୍ରିୟାକୁ ଚୂଡାନ୍ତ କରିଛି। କିନ୍ତୁ ସିଓଏ ଆଇନର ଉଲ୍ଲଘଂନ କରିଥିବା ଦର୍ଶାଇ ବିସିସିଆଇ ଏବେ ଅଦାଲତଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିବ ବୋଲି ସୂଚନା ଦେଇଛି। ଚୁକ୍ତି ଚୂଡାନ୍ତ ବେଳେ ବିସିସିଆର ୩ ପ୍ରମୁଖ କର୍ମକର୍ତାଙ୍କ ପରାମର୍ଶ ନିଆଯାଇନଥିଲା ବୋଲି ଅମିତାଭ ପ୍ରକାଶ କରିଛନ୍ତି। ବୁଧବାର ପ୍ରକାଶିତ ୪ଟି ବିଭିନ୍ନ ବର୍ଗର ଚୁକ୍ତିରେ ୨୬ ଜଣ ଖେଳାଳିଙ୍କ ନାମ ରହିଥିଲା। ନୂଆ କରି ଆରମ୍ଭ ହୋଇଥିବା ଏ+ ବର୍ଗରେ ୫ ଜଣ ଶୀର୍ଷ ସ୍ଥାନୀୟ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା। ଏହି ୫ ଜଣ ଦେଶ ପାଇଁ ସମସ୍ତ ୩ ଫର୍ମାଟ୍ରେ ପ୍ରତିନିଧିତ୍ୱ କରୁଛନ୍ତି। ଚୟନ ସମିତି ଅଧ୍ୟକ୍ଷ ଏମକେଏସ୍ ପ୍ରସାଦଙ୍କ ନେତୃତ୍ୱରେ ଏକ ୩ ଜଣିଆ ସମିତି ଏହା ବାଛିଥିଲେ। କିନ୍ତୁ ଚୟନ ସମିତିର ଆବାହକ ଭାବେ ମଧ୍ୟ ମୋତେ ତାଲିକା ଦିଆଯାଇନଥିଲା ବୋଲି ଅମିତାଭ ପ୍ରକାଶ କରିଥିଲେ। ଜାତୀୟ ପ୍ରସଙ୍ଗ ଦୃଷ୍ଟିରୁ ଏହା ଆଇନର ଉଲ୍ଲଂଘନ ହୋଇଛି ବୋଲି ସେ କହିଥିଲେ। ଏହାକୁ ନେଇ ବିସିସିଆଇ ଏବଂ ସିଓଏ ମଧ୍ୟରେ ମତଭେଦ ତୀବ୍ର ହେବାରେ ଲାଗିଥିବାବେଳେ ଏଥିରେ ସ୍ୱାକ୍ଷର ନ କରିବାକୁ ମଧ୍ୟ ଅମିତାଭ ପ୍ରକାଶ କରିଛନ୍ତି।
ଅମିତାଭଙ୍କ ଅଭିଯୋଗକୁ କିନ୍ତୁ ସିଓଏ ଅଧ୍ୟକ୍ଷ ବିନୋଦ ରାଏ ଖଣ୍ଡନ କରିଛନ୍ତି। ନୂଆ ଚୁକ୍ତି ସମ୍ପର୍କରେ ସମସ୍ତ ସୁପାରିସ୍ ବହୁ ପୂର୍ବରୁ କର୍ମକର୍ତାଙ୍କୁ ଜଣାଇ ଦିଆଯାଇଥିଲା। ସେପ୍ଟେମ୍ବର ମାସରୁ ଏହାକୁ ବିସିସିଆଇର ଫାଇନାନ୍ସ କମିଟି ନିକଟକୁ ପଠାଇଯାଇଥିଲା। ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ ସାମିଲ ଥିବା ଏହି ସମିତି ଥରେ ହେଲେ ବି ଏହାକୁ ଗୁରୁତ୍ୱ ଦେଇନଥିଲେ। ଖେଳାଳିମାନଙ୍କ ଚୁକ୍ତି ପ୍ରଦାନକୁ ସ୍ଥଗିତ ରଖିବା ଅଯୌକ୍ତିକ ହେବ। କାରଣ ସେମାନେ ଅନ୍ୟ ଅର୍ଥରେ ବୀମାଭୁକ୍ତ ରହିପାରିବେ ନାହିଁ। ଗତ ଅକ୍ଟୋବର ମାସରୁ ଖେଳାଳିମାନେ ବିନା ଚୁକ୍ତିରେ ଖେଳୁଛନ୍ତି। ଚୁକ୍ତି ନ ହେଲେ ବିସିସିଆଇ ମଧ୍ୟ ବୀମାଭୁକ୍ତ କରିପାରୁନି। ଫାଇନାନ୍ସ କମିଟି ଚୁକ୍ତିକୁ ଅନୁମୋଦନ କରିନଥିଲା, ଗତବର୍ଷ ଦୁଇ ଥର ଏସ୍ଜିଏମ୍ ବସିଥିଲେ ମଧ୍ୟ କିଛି କରିନଥିଲା ବୋଲି ବିନୋଦ ରାଏ ପ୍ରକାଶ କରିଛନ୍ତି।
ଖେଳାଳିଙ୍କ ଚୁକ୍ତିରେ ସ୍ୱାକ୍ଷର ନ କରିବାକୁ ଅମିତାଭଙ୍କ ଯୁକ୍ତି
/sambad/media/post_attachments/wp-content/uploads/2018/03/bcci-special-general-meeting_01524e4a-71b4-11e7-a83f-2f06dfe08b4c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)