ଅମୀୟ ଘୋଷକ: ଜାତୀୟ ମାଷ୍ଟର୍ସ ଦୌଡ଼କୁଦ

ଭୁବନେଶ୍ୱର,: ଓଡ଼ିଆ ପୁଅ ଅମୀୟ କୁମାର ଚାନ୍ଦ ଘୋଷକ ଭାବେ ୩୯ତମ ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ବେଙ୍ଗାଲୁରୁରେ ଆୟୋଜିତ ହେବ। ଏଥିରେ ସାରା ଦେଶରୁ ୪ ହଜାରରୁ ଅଧିକ ପୁରୁଷ ଏବଂ ମହିଳା ପ୍ରତିଯୋଗୀ ବିଭିନ୍ନ ବୟସ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏମାନଙ୍କ ମଧ୍ୟରେ ବହୁ ପୂର୍ବତନ ଜାତୀୟ, ଅନ୍ତର୍ଜାତୀୟ ପଦକ ବିଜେତା ରହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅମୀୟ ୨୦୦୬ ମସିହାରେ ବେଙ୍ଗାଲୁରୁ ଠାରେ ଆୟୋଜିତ ଏସୀୟ ମାଷ୍ଟର୍ସ ଦୌଡ଼କୁଦ ଏବଂ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ମାଷ୍ଟର ଦୌଡ଼କୁଦ ପ୍ରତିଯୋଗିତାରେ ଘୋଷକ ଭାବେ କାର୍ଯ୍ୟ କରି ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର