ଅଲିମ୍ପିକ୍ସ ମାସେ ଘୁଞ୍ଚିଲେ ଅସୁବିଧା ନାହିଁ: ଅମିୟ

‌କରୋନା ସଂକ୍ରମଣ ପାଇଁ ଜାପାନର ଟୋକିଓଠାରେ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବ ନିର୍ଧାରିତ ସମୟରେ ଏହି ବୃହତ୍ତମ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବ ବୋଲି ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦମ୍ବୋକ୍ତି ପ୍ରକାଶ କରିଛନ୍ତି। ତେବେ ଅଲିମ୍ପିକ୍ସ ଗୋଟିଏ ମାସ ପାଇଁ ସ୍ଥଗିତ ହେଲେ ଖେଳାଳି ଓ ଆୟୋଜକଙ୍କର ବିଶେଷ ଅସୁବିଧା ହେବ ନାହିଁ ବୋଲି ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ କହିଛନ୍ତି। ଅଲିମ୍ପିକ୍ସ ଯଦି ତା’ଠାରୁ ଅଧିକ ସମୟ ସ୍ଥଗିତ ରଖାଯାଏ, ତାହାଲେ ଅନ୍ତର୍ଜାତୀୟ ଖେଳ ସାରଣୀ ସଂପୂର୍ଣ୍ଣ ବିଗିଡ଼ି ଯିବ ବୋଲି ସେ ଆଶଙ୍କା ଜାହିର କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିଲା ବେଳେ ଅମିୟ କହିଥିଲେ ଯେ ଜାପାନରେ ଅକ୍ଟୋବର କିମ୍ବା ନଭେମ୍ବରରେ ଶୀତ ପଡ଼ିଥାଏ। ସେତେବେଳେ ଅଲିମ୍ପିକ୍ସ କଲେ କିଛି ଅସୁବିଧା ନାହିଁ। ହେଲେ ତା’ଠାରୁ ଅଧିକ ସମୟ ଏହାକୁ ଗଡ଼େଇଲେ ଖେଳାଳିମାନେ ନାନା ଅସୁବିଧାର ସମ୍ମୁଖୀନ ହେବେ। ବ୍ୟକ୍ତିଗତ ଭାବେ ସେ ଏବେ ଇଣ୍ଡିଆନ୍ ଗ୍ରାଁ ପ୍ରି ପ୍ରତିଯୋଗିତା ଉପରେ ନଜର ରଖିଥି‌ଲେ। ହେଲେ କରୋନା ପାଇଁ ଏହି ପ୍ରତିଯୋଗିତା ଆୟୋଜନ ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି। ତେବେ ତାଙ୍କ ଅଭ୍ୟାସ ପୂର୍ବାପେକ୍ଷା ଭଲ ଚାଲିଛି ବୋଲି ଅମିୟ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର