ବ୍ୟାସନଗର: ଯାଜପୁରରୋଡ଼ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଅମୂଲ୍ୟକୃଷ୍ଣ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଦୁଇ କଟକ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଏଏସ୍ବିକୁ ହରାଇ ଲକ୍ଷ୍ମୀ ନାରାୟଣ କ୍ଲବ୍ ବିଜେତା ହୋଇଛି। ନିର୍ଧାରିତ ସମୟ ଗୋଲ୍ ଶୂନ୍ୟ ରହିବା ପରେ ଟାଇବ୍ରେକର୍ରେ ୫-୪ ଗୋଲ୍ରେ ଲକ୍ଷ୍ମୀ ନାରାୟଣ କ୍ଲବ୍ ବିଜୟୀ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ କୋରେଇ ବିଧାୟକ ଆକାଶ ଦାସନାୟକ, ସୌମିକ୍ ହିରୋ ମାଲିକ ବଚନ ସାମଲ, ଯାଜପୁରରୋଡ଼ ଦୌଡ଼କୁଦ ସଂଘ ସଭାପତି ରସାନନ୍ଦ ମହାନ୍ତି, ସଂପାଦକ ଦୁର୍ଯ୍ୟୋଧନ ରାଉତ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣୀ ପାତ୍ର, ଅଲେଖ ମଲିକ, ସରକାରୀ ଓକିଲ ରଜତ ରାଉତ, ଅର୍ଜୁନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଲକ୍ଷ୍ମଣ ଗାଗରାଇ, ସୁବାଷ ମଲିକ, ବିଶ୍ୱଜିତ୍ ଦାସ, ଅଭିମନ୍ୟୁ ରାଉତ, କୈଳାସ ଜେନା ଖେଳ ପରିଚାଳନାରେ ସହଯୋଗ କରିଥିଲେ।
ଅମୂଲ୍ୟକୃଷ୍ଣ ଫୁଟ୍ବଲ୍: ଲକ୍ଷ୍ମୀ ନାରାୟଣ କ୍ଲବ୍ ବିଜେତା
/sambad/media/post_attachments/wp-content/uploads/2018/01/banadurga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)