୮ ବର୍ଷର ବାଳିକାଙ୍କ ଅଲିମ୍ପିକ୍‌ ସ୍ବପ୍ନ

ଲସ୍‌ ତେକ୍ୟୁ: ଭେନେଜୁଲାର ୮ ବର୍ଷର ଝିଅ କାମିଲା ଲାଚିନି ବିଏମ୍‌ଏକ୍ସ ସାଇକେଲ ଚାଳନାରେ ଦକ୍ଷତା ହାସଲ କରିସାରିଲେଣି। ଏବେ ଏତେ ଛୋଟ ବୟସରୁ ସେ ଅଲିମ୍ପିକ୍‌ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ଜଣେ ଅଲିମ୍ପିକ୍ ବିଜେତା ହେବାର ସ୍ବପ୍ନ ତାଙ୍କ ମନରେ ଘାରି ହେଲାଣି। ୩ ବର୍ଷ ବୟସ ବେଳୁ କାମିଲା ସାଇକେଲ ଚଳାଇ ଆସୁଛନ୍ତି। ଅବଶ୍ୟ ପରେ ତାଙ୍କୁ ଖ୍ରିଷ୍ଟମାସ ଉପହାର ଭାବେ ଏକ ବାଇକ୍‌ ମିଳିଯାଇଛି। ‘‘ବାଇକ୍‌ ଚଳାଇବା ଖୁବ୍‌ ଉପଭୋଗ୍ୟ’’ ବୋଲି ଲସ୍‌ ତ୍ୟୁକ୍‌ (କାରାକାସ୍‌ର ଦକ୍ଷିଣପଶ୍ଚିମ ଦିଗରେ ପାଖାପାଖି ୧୯ କିମି ଦୂର)ସ୍ଥିତ ନିଜ ବାସଭବନରେ ଏକ ସାକ୍ଷାତକାରରେ କହିଛନ୍ତି କାମିଲା। ତୁମେ ଯଦି ଶୃଙ୍ଖଳିତ ରହିବ, ଦୃଢ଼ ମନୋବଳ ରଖିବ ତାହାଲେ ତୁମ ସ୍ବପ୍ନ ପୂରଣ କରିବାର ସଫଳତା ନିଶ୍ଚୟ ହାତେଇପାରିବ ବୋଲି ସ୍ମିତହାସ୍ୟ ଦେଇ କହିଛନ୍ତି କାମିଲା।

କାମିଲା ୨୦୧୬ ରିଓ ଅଲିମ୍ପିକ୍ସକୁ ଟେଲିଭିଜନ୍‌ରେ ଦେଖି ବିଏମ୍‌ଏକ୍ସର ଆବିସ୍କାର କରିଥିଲେ। ସେତେବେଳେ ତାଙ୍କୁ ୩ ବର୍ଷ ହୋଇଥିଲା। ହେଲେ କଲମ୍ବିଆର ଦୁଇ ଥର ବିଜୟିନୀ ମାରୀଆନା ପାଜୋନ୍‌ ଏବଂ ଭେନେଜୁଏଲାର ଷ୍ଟିଫାନି ହର୍ଣ୍ଣାଣ୍ଡେଜ୍‌ (ରିଓ କାଂସ୍ୟ ପଦକ ବିଜୟିନୀ)ଙ୍କୁ ଦେଇ ପ୍ରଭାବିତ ହୋଇଥିଲେ। ଏବେ କିନ୍ତୁ ତାଙ୍କ ଆଦର୍ଶ ଷ୍ଟିଫାନି କାମିଲାଙ୍କ ପ୍ରଶିକ୍ଷକ।

ସମ୍ବନ୍ଧିତ ଖବର