ମାରାଡୋନାଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ

ବୁଏନସ ଏୟାରସ୍: ଫୁଟ୍‌ବଲ୍‌ କିଂବଦନ୍ତି ଡିଏଗୋ ମାରାଡୋନାଙ୍କ ମୃତ୍ୟୁର ତଦନ୍ତ ଏବଂ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସମ୍ପତ୍ତିର ଅନୁସନ୍ଧାନ ଲାଗି ରବିବାର ଆର୍ଜେଣ୍ଟିନା ନ୍ୟାୟିକ ଅଧିକାରୀ ନିର୍ଦେଶ ଦେଇଛନ୍ତି। ନିର୍ଦେଶ ମିଳିବା ପରେ ସ୍ଥାନୀୟ ପୁଲିସ ମାରାଡୋନାଙ୍କ ବ୍ୟକ୍ତିଗତ ଡାକ୍ତର ଲିଓପୋଲ୍‌ଡୋ ଲୁକିଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ତାଙ୍କ ଲ୍ୟାପ୍‌ଟପ୍‌, ବିଭିନ୍ନ କାଗଜପତ୍ର ଏବଂ ମୋବାଇଲ ଡିଭାଇସ୍‌ର ଯାଞ୍ଚ କରିଛି। ଯାଞ୍ଚ ବେଳେ କ’ଣ ତଥ୍ୟ ମିଳିଛି ତାହାର ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ମାରାଡୋନାଙ୍କ ମୃତ୍ୟୁରେ କୌଣସି ପ୍ରକାର ସମ୍ପୃକ୍ତି ନାହିଁ ବୋଲି ଲୁକି କହିଛନ୍ତି। ଏହା ପୂର୍ବରୁ ଶନିବାର ମାରାଡୋନାଙ୍କ ସହ ପ୍ର‌େତ୍ୟକ୍ଷ ଭାବେ ଜଡ଼ିତ ସମ୍ପର୍କୀୟମାନଙ୍କ ବିବୃତି ନିଆଯାଇଥିଲା। ସୂଚନାଯୋଗ୍ୟ ‌ଯେ ଗୁରୁବାର ମାରାଡୋନାଙ୍କ ମୃତ୍ୟୁକୁ ନେଇ ତଦନ୍ତ କରିବା ଲାଗି ତାଙ୍କ ଅଇନଜୀବୀ ମାତିଆସ ମୋରିଆ ଅନୁରୋଧ କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ ଜରୁରୀକାଳିନ ସେବ‌ାରେ ଅବହେଳା କରାଯାଇଛି। ଆମ୍ବୁଲାନ୍ସ ଆସିବାକୁ ଅଧଘଣ୍ଟା ଲାଗିଯିବା ଏହା ଏକ ଅପରାଧିକ ଚିନ୍ତାଧାରା।

ସମ୍ବନ୍ଧିତ ଖବର