ଓ୍ଵିକାଞ୍ଜି: ନେଦରଲାଣ୍ଡର ଓ୍ଵିକାଞ୍ଜିଠାରେ ଚାଲିଥିବା ଟାଟା ଷ୍ଟିଲ ମାଷ୍ଟର୍ସ ଚେସ୍ ପ୍ରତିଯୋଗିତାରେ ବିଶ୍ୱ ର୍ୟାପିଡ୍ ଚେସ୍ ବିଜେତା ବିଶ୍ୱନାଥନ ଆନନ୍ଦ ବୁଧବାରର ନିଜ ମୁକାବିଲାକୁ ଅମୀମାଂସିତ ରଖିଛନ୍ତି। ବିଶ୍ୱର ଶୀର୍ଷ ମାନ୍ୟତା ଖେଳାଳି ନରେଓ୍ଵର ମାଗ୍ନସ କାର୍ଲସନଙ୍କ ବିପକ୍ଷ ଏହି ମ୍ୟାଚ୍ରେ ଆନନ୍ଦ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ବିଜୟୀ ହୋଇ ପାରି ନଥିଲେ। ୯ ମ୍ୟାଚ୍ରୁ ତାଙ୍କର ଏହା ଷଷ୍ଠ ଡ୍ର’ ଥିଲା। ୧୪ ଖେଳାଳିଙ୍କୁ ନେଇ ଚାଲିଥିବା ଏହି ୧୩ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଆନନ୍ଦ ସଂପ୍ରତି ୫ ପଏଣ୍ଟ ପାଇ ଯୁଗ୍ମ ଷଷ୍ଠ ସ୍ଥାନରେ ରହିଛନ୍ତି।
କାର୍ଲସନଙ୍କ ସହ ପଏଣ୍ଟ ବାଣ୍ଟିଲେ ଆନନ୍ଦ
ଟାଟା ଷ୍ଟିଲ ମାଷ୍ଟର୍ସ ଚେସ୍
/sambad/media/post_attachments/wp-content/uploads/2018/01/viswanathan-anand-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)