ଆନନ୍ଦ-କାର୍ଲସନ୍‌ ଯୁଗ୍ମ ଅଗ୍ରଣୀ:ଟାଟା ଷ୍ଟିଲ୍‌ ଚେସ୍‌

ୱିକ୍‌ ଅନ୍‌ ଜୀ (‌ନେଦରଲାଣ୍ଡ୍‌): ଚଳିତ ଟାଟା ଷ୍ଟିଲ୍ ଚେସ୍ ପ୍ରତିଯୋଗିତାରେ ୫ ଥର ବିଶ୍ବ ବିଜେତା ଭାରତୀୟ ଗ୍ରାଣ୍ଡମାଷ୍ଟର୍ ବିଶ୍ବନାଥନ୍ ଆନନ୍ଦ ଅଷ୍ଟମ୍ ରାଉଣ୍ଡ୍‌ରେ ଆଜରବୈଜାନର ଶାଖରିଆର ମାମାଦ୍ୟା‌ରୋଭଙ୍କ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛନ୍ତି। ଏଥି ସହିତ ଆନନ୍ଦ ନରୱେର ମାର୍ଗନ କାର୍ଲସନଙ୍କ ସହ ମିଳିତ ଶୀର୍ଷରେ ସାମିଲ ହୋଇଛନ୍ତି। ପୂର୍ବ ରାଉଣ୍ଡରେ କଳା ଗୋଟିରେ ଖେଳିଥିବା ଆନନ୍ଦ ରୁଷୀୟ ସୁପରଷ୍ଟାର୍ ଭ୍ଲାଦିମର କ୍ରାମନିକଙ୍କୁ ହରାଇବା ପରେ ଏହି ଧାରାକୁ ସୋମବାର ଅଷ୍ଟମ ରାଉଣ୍ଡରେ ଦୋହରାଇଥିଲେ। ଏଠାରେ ୫ ଥର ବିଜେତା ହୋଇ ସାରିଥିବା ଆନନ୍ଦ ବିଶ୍ବ ମାନ୍ୟତାର ୩ ନମ୍ବର ‌ମାମାଦ୍ୟା‌ରୋଭଙ୍କୁ ହରାଇ ଦେଇଥିଲେ। ଅଷ୍ଟମ ରାଉଣ୍ଡ୍ ସୁଦ୍ଧା ଆନନ୍ଦ ଏବଂ ବର୍ତମାନର ବିଶ୍ବ ବିଜେତା କାର୍ଲସନ୍ ସମାନ ୫.୫ ପଏଣ୍ଟ୍‌ ପାଇଛନ୍ତି। ଅଷ୍ଟମ ରାଉଣ୍ଡରେ କାର୍ଲସନ୍‌ ହଙ୍ଗେରିର ରିଚାର୍ଡ ରାପୋର୍ଟଙ୍କୁ ହରାଇଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବିଦିତ ଗୁଜରାଟ (୪) ଏବଂ ଆର୍ ପ୍ରଜ୍ଞାନନ୍ଦ (୩.୫) ପଛରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର