ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆରୟନ ବଙ୍ଗର ଓରଫ ଅନୟା ବଙ୍ଗର ଲିଙ୍ଗ ପରିବର୍ତ୍ତନ କରି ପୁଅର ଝିଅ ହୋଇଛନ୍ତି।
ଆରୟନ ୨୦୨୩ରେ ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ହରମୋନ୍ ପରିବର୍ତ୍ତନ ବିଷୟରେ ଖୋଲାଖୋଲି ଭାବେ ଇନଷ୍ଟାଗ୍ରାମରେ ଆଲୋଚନା କରିଥିଲେ। ଅସ୍ତ୍ରୋପଚାର ପରେ କ୍ରିକେଟର ନିଜର ନାମ ଆରୟନ ବଦଳରେ ଅନୟା ରଖିଥିଲେ।
ଆରୟନ ପୁଅରୁ ଝିଅ ହେବାପରେ ପ୍ରଥମଥର ଭାରତ ଆସୁଛନ୍ତି। ଯାହାର ସୂଚନା ସେ ନିଜେ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଭିଡିଓ ସେୟାର କରି ଦେଇଛନ୍ତି।
ପ୍ରକାଶିତ ଖବର ମୁତାବକ, ଆରୟନ ଏପ୍ରିଲ ମାସରେ ଭାରତ ଆସିବେ।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଆରୟନ ଲେଖିଛନ୍ତି, ‘ଭାରତ ତୁମେ ପ୍ରସ୍ତୁତ ଅଛ। ମୁଁ ଫେରୁଛି। ପ୍ରଥମଥର ମୁଁ ମୋର ବାସ୍ତବ ରୁପରେ ସାମ୍ନାକୁ ଆସିବି। ମୋର ସାଙ୍ଗସାଥୀ ଯେଉଁମାନେ ବି ମୋତେ ଭଟିବାକୁ ଇଚ୍ଛା ରଖିଛନ୍ତି ସେମାନଙ୍କୁ ମୁଁ କହିବି ଆଉ ବେଶୀଦିନ ନାହିଁ ଏପ୍ରିଲ ମାସରେ ଭେଟାଭେଟି ହେବା।
ଆରୟନରୁ ଅନୟା ହୋଇଥିବା କ୍ରିକେଟର ସମ୍ପ୍ରତି ଇଂଲଣ୍ଡର ମଞ୍ଚେଷ୍ଟରରେ ବସବାସ କରୁଛନ୍ତି। ସେ ସେଠାରେ ଏକ କାଉଣ୍ଟି କ୍ଳବ ପାଇଁ କ୍ରିକେଟ ଖେଳୁଛନ୍ତି।