ଆର୍‌ସିବି ଦଳରେ ଆଣ୍ଡରସନ୍‌

ବାଙ୍ଗାଲୋର: ଆଇପିଏଲ୍‌ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନ୍ୟୁଜିଲାଣ୍ଡ୍‌ ଅଲ୍‌ରାଉଣ୍ଡର କୋରେ ଆଣ୍ଡରସନ୍‌ଙ୍କୁ ନିଜ ଦଳରେ ସାମିଲ କରିଛି। ଆଣ୍ଡରସନ୍‌ ଆହତ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ୍‌ କୁଲ୍‌ଟର ନାଇଲ୍‌ଙ୍କ ବଦଳ ଖେଳାଳି ହୋଇଛନ୍ତି। ଗତ ସଂସ୍କରଣରେ ନାଇଲ୍‌ କୋଲ୍‌କାତା ପକ୍ଷରୁ ଖେଳି ଦ୍ୱିତୀୟ ସର୍ବାଧିକ ଓ୍ଵିକେଟ୍‌ ଦଖଲ କରିଥିଲେ। ଆହତରୁ ସଂପୂର୍ଣ୍ଣ ମୁକୁଳିନଥିବା ନାଇଲ୍‌ ମଧ୍ୟ ଗତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ କୌଣସି କ୍ରିକେଟ୍‌ ଖେଳିନଥିଲେ। ହେଲେ ଗତ ଫେବ୍ରୁଆରିରେ ଆଇପିଏଲ୍‌ ଖେଳାଳି ନିଲାମ ବେଳେ ଆର୍‌ସିବି ତାଙ୍କୁ ୨.୨ କୋଟି ଟଙ୍କାରେ କିଣିଥିଲା।

ସମ୍ବନ୍ଧିତ ଖବର