ଅଳ୍ପକେ ବର୍ତିଲେ ଆଣ୍ଡରସନ୍‌ 

ବମିଂହାମ: ବର୍ମିଂହାମ ଟେଷ୍ଟ୍‌କୁ ଚାରି ଦିନ ଭିତରେ ଜିତି ନେବା ପରେ ଇଂଲଣ୍ଡ ଖେଳାଳିଙ୍କୁ ଗୋଟିଏ ଦିନର ଅତିରିକ୍ତ ଛୁଟି ମିଳି ଯାଇଥିଲା। ଯାହାକୁ ସେମାନେ ଗଲ୍ଫ ଖେଳି କଟାଇଥିଲେ। କ୍ରିକେଟ୍‌ ଛାଡ଼ି ଗଲ୍ଫ ଖେଳିବା କିନ୍ତୁ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁତର ଆହତ ହେବାରୁ ସେ ଅଳ୍ପକେ ବର୍ତି ଯାଇଛନ୍ତି। ରବିବାର ଆଣ୍ଡରସନ୍‌ ବଡ଼ ସଟ୍‌ ମାରି ବଲ୍‌କୁ ଗଲ୍ଫ କୋର୍ସ ବାହାରକୁ ପଠାଇବାକୁ ଚେଷ୍ଟା କରୁଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ବଲ୍‌ ଏକ ଗଛରୁ ପ୍ରତିଫଳିତ ହୋଇ ସିଧା ତାଙ୍କ ମୁହଁରେ ବାଜିଥିଲା। ଫଳରେ ଆଣ୍ଡରସନ୍‌ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ହେଲେ କିଛି ସମୟ ପରେ ପୂରା ଠିକ୍‌ ହୋଇ ଯାଇଥିଲେ। ଏହି ଘଟଣାର ଏକ ଭିଡିଓ ସାଥୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଯାହା କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ମନୋରଞ୍ଜନର ଖୋରାକ ହୋଇଛି।

ସମ୍ବନ୍ଧିତ ଖବର