୨୦୦୭ରେ ଆନ୍ଧ୍ର ୧୦୨ ରନ୍‌ରେ ଜିତିଥିଲା

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଶେଷ ଥର ପାଇଁ ୨୦୦୭ ମସିହାରେ କଟକରେ ରଣଜୀ ମ୍ୟାଚ ଖେଳାଯାଇଥିଲା। ଭ୍ରମଣକାରୀଦଳ ୧୦୨ ରନ୍‌ରେ ଓଡ଼ିଶାକୁ ହରାଇଥିଲା। ଆନ୍ଧ୍ର ଟସ୍‌ ଜିତି ବ୍ୟାଟିଂ କରିଥିଲାବେଳେ ପିଜୟଚନ୍ଦ୍ରଙ୍କ ଘାତକ ବୋଲିଂ ଯୋଗୁଁ ଦଳ ୭୯.୩ ଓଭରରେ ୧୭୯ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ଆନ୍ଧ୍ର ପାଇଁ ଜି ଶଙ୍କର ରାଓ ସର୍ବାଧିକ ୭୩ ରନ୍‌ କରିଥିଲାବେଳେ ଓଡ଼ିଶାର ଦେବାଶିଷ ମହାନ୍ତି ୨, ନିରଂଜନ ବେହେରା ୧ ଓ୍ଵିକେଟ ନେଇଥିଲେ। ଓଡ଼ିଶା ପ୍ରଥମ ପାଳିରେ ଏହି ଲକ୍ଷ୍ୟ ପିଛା କରିବାରେ ଅସଫଳ ରହିଥିଲା। ନିରଂଜନ ବେହେରା ୩୧, ହଳଧର ଦାସ ୩୦, ଶିବସୁନ୍ଦର ଦାସ ୨୨ ରନ୍‌ କରିଥିଲେ ବି ନିୟମିତ ଅନ୍ତରାଳରେ ଓ୍ଵିକେଟ ହରାଇ ଘରୋଇ ଦଳ ୧୪୦ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା।

ଫଳରେ ପ୍ରଥମ ପାଳିରେ ୩୯ରନ୍‌ର ଅଗ୍ରଣୀ ପାଇବା ପରେ ଦ୍ୱିତୀୟ ପାଳିରେ ଆନ୍ଧ୍ର ୯ ଓ୍ଵିକେଟ ବିନିମୟରେ ୨୮୭ରନ୍‌ କରିବା ସହ ପାଳି ଘୋଷଣା କରିଥିଲା। ଗଙ୍ଗା ପ୍ରଦୀପ ୬୦ ଓ ଶଙ୍କର ରାଓ ୯୧ ରନ୍‌ର ପାଳି ଖେଳି ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ପ୍ରୀତମଜୀତ ଦାସ ୩, ଦେବାଶିଷ ମହାନ୍ତି ୨, ପି.ଜୟଚନ୍ଦ୍ର ଓ ପ୍ରଭଞ୍ଜନ ମଲ୍ଲିକ ଗୋଟଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ଦ୍ୱିତୀୟ ପାଳିରେ ନିରଂଜନ ବେହେରାଙ୍କ ଲଢୁଆ ଅର୍ଧଶତକ (୬୬ ରନ୍‌, ୨୧୮ ବଲ୍‌) ଓ ଦେବାଶିଷ ମହାନ୍ତିଙ୍କ ନିମ୍ନକ୍ରମରେ ସାହାସୀ ବ୍ୟାଟିଂ (୪୬ ରନ୍‌, ୯୨ ବଲ୍‌) କରିଥିଲେ ବି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିନଥିଲେ। ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦଳ ୨୨୪ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଦେଇଥିଲା। ଶିବସୁନ୍ଦର ୨୭, ଜୟଚନ୍ଦ୍ର ୧୮, ରଶ୍ମିରଂଜନ ଦାସ ୧୮ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର