ନୂଆଦିଲ୍ଲୀ: ୧୯୯୦ ଫୁଟବଲ ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ବିପକ୍ଷରେ ଗୋଲ ଦେଇ ବିଜେତା କରାଇଥିବା ପ୍ରକୃତ ହିରୋ ଆଣ୍ଡ୍ରିଆସ୍ ବ୍ରେହେମଙ୍କର ଦେହାନ୍ତ ହୋଇଛି। ୬୩ ବର୍ଷ ବୟସରେ ଜର୍ମାନୀର କିମ୍ବଦନ୍ତୀ ଖେଳାଳି ଆଣ୍ଡ୍ରିଆସ୍ ବ୍ରେହେମଙ୍କର ପରଲୋକ ହୋଇଯାଇଛି | କୁହାଯାଉଛି ଯେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଛି । ପ୍ରକୃତରେ ଜର୍ମାନ ଦଳର ପୂର୍ବତନ ଫୁଟବଲର୍ ଆଣ୍ଡ୍ରିଆସ୍ ବ୍ରେହେମଙ୍କ କ୍ଲବ ବାଇର୍ନ ମ୍ୟୁନିକ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ଲବ କହିଛି ଯେ ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଚକିତ ହୋଇପଡିଛନ୍ତି ।

Advertisment

ଆଣ୍ଡ୍ରିଆସ୍ ବ୍ରେହେମ ସବୁବେଳେ ଆମ ହୃଦୟରେ ରହିବେ | ଜଣେ ବିଶ୍ୱ ଚାମ୍ପିଅନ୍ ତଥା ଜଣେ ବିଶେଷ ବ୍ୟକ୍ତି ହୋଇଥିବାରୁ ଆମେ ତାଙ୍କୁ କେବେବି ଭୁଲି ପାରିବୁ ନାହିଁ। ସୂଚନା ଥାଉ କି ଯେ ୧୯୮୦ ଏବଂ ୧୯୯୦ ଦଶକରେ ଜର୍ମାନୀର ଜଣେ ମହାନ ଖେଳାଳି ଥିଲେ, ଯିଏ ୧୯୯୦ରେ ଜର୍ମାନୀକୁ ବିଶ୍ୱ ଚାମ୍ପିଅନ୍ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବ୍ରେହେମ ନିଜ ଦେଶ ପାଇଁ ୮୬ ଥର ଖେଳି ୮ ଥର ଗୋଲ ସ୍କୋର କରିଥିଲେ | ସେଥିମଧ୍ୟରୁ ୧୯୯୦ ମସିହାରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳିଥିବା ମ୍ୟାଚ ସବୁଠାରୁ ସ୍ମରଣୀୟ ରହିଥିଲା । ଏଥିପାଇଁ ଜର୍ମାନୀ ତୃତୀୟ ବିଶ୍ୱକପ ଜିତିଥିଲା ।