ସିଡନୀ: କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଶନିବାର ରାତି ୧୧ଟା ପରେ କୁଇନ୍ସ୍ଲାଣ୍ଡ୍ ପ୍ରଦେଶର ଟାଉନ୍ସ୍ଭାଇଲ୍ ବାହାରେ ଏକାକୀ କାର୍ ଚଳାଇ ଯାଉଥିଲେ। ଆଲିସ୍ ନଦୀ ସେତୁ ନିକଟ ହର୍ଭେରି ରେଞ୍ଜ୍ ରୋଡ୍ରେ ତାଙ୍କ କାର୍ ରାସ୍ତାରୁ ଖସିଯିବା ସହ ଗଡ଼ି ଗଡ଼ି ତଳେ ପଡ଼ିଥିଲା। ଆଉ ଭୀଷଣ ଆଘାତ ପାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା | ଆଜି ଆମେ ଆପଣଙ୍କୁ ତାଙ୍କର ଏମିତି ଏକ ରହସ୍ୟ ବାବଦରେ କହିବୁ ଯାହାକି ଆପଣ ହୁଏତ ଜାଣିନଥିବେ | ଯଦିଓ ସେ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ କିନ୍ତୁ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ | ସାଇମଣ୍ଡସ୍ ତାଙ୍କ ପ୍ରକୃତ ପିତାମାତାଙ୍କୁ କେବେବି ଭେଟି ନଥିଲେ | ସେ ନିଜେ ଏହି ବିଷୟରେ ଥରେ କହିଥିଲେ।
ଆଣ୍ଡ୍ରିୟୁ ସାଇମଣ୍ଡସ କହିଥିଲେ ଯେ ୯ ଜୁନ୍ ୧୯୭୫ରେ ଇଂଲଣ୍ଡର ବର୍ମିଂହାମରେ ମୋର ଜନ୍ମ ହୋଇଥିଲା । ମୁଁ ଏକ ପୋଷ୍ୟ ସନ୍ତାନ ଥିଲି ତେଣୁ ମୁଁ ମୋର ପ୍ରକୃତ ପିତାମାତାଙ୍କୁ ମଧ୍ୟ ଜାଣେ ନାହିଁ | ମୁଁ ତାଙ୍କୁ କେବେ ବି ସାକ୍ଷାତ କରି ନାହିଁ | ପ୍ରକୃତରେ, ସାଇମଣ୍ଡସ ଜନ୍ମ ପରେ ହିଁ ତାଙ୍କ ପ୍ରକୃତ ପିତାମାତା ତାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଛାଡି ଦେଇଥିଲେ | ସେ ୩ ମାସ ବୟସର ହୋଇଥିବାବେଳେ ତାଙ୍କୁ କେନ୍ ଏବଂ ବାର୍ବାରା ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ | ଏହା ପରେ କେନେଥ ୱାଲ୍ଟର ଏବଂ ବାରବରାଙ୍କ ତାଙ୍କର ନାମ ଆଣ୍ଡ୍ରିୟୁ ସାଇମଣ୍ଡସ୍ ରଖିଥିଲେ |
ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ,୧୪ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ | ସେ ଟେଷ୍ଟ ମ୍ୟାଚରେ ୨ଟି ଶତକ, ୧୦ଟି ଅର୍ଦ୍ଧ ଶତକ ଦ୍ୱାରା ୧୪୬୨ ରନ ସହ ଦିନିକିଆରେ ୬ଟି ଶତକ ଏବଂ ୩୦ଟି ଅର୍ଦ୍ଧଶତକ ବଳରେ ମୋଟ ୫୦୮୮ ରନ୍ ସ୍କୋର କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/8222ffde-4740-4fac-b676-35f6968ebee8.jpg)