ବିଶ୍ବକପରେ ବଡ଼ ଓଲଟପାଲଟ : ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ବକପ୍ କ୍ରିକେଟରେ ବୁଧବାରିଦନ ଏକ ବଡ଼ ଓଲଟପାଲଟ ହୋଇଛି । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ସୁପର-୧୨ର ଏକ ମ୍ୟାଚରେ ଆୟର୍ଲାଣ୍ଡ ୨୦୧୦ର ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ  ୫ ରନରେ ହରାଇ ଦେଇଛି ।

ତେବେ ବର୍ଷା ବାଧକ ଏହି ମ୍ୟାଚରେ ଡକଓ୍ବର୍ଥ ଲୁଇସ୍ ମେଥଡ୍( ଡିଏଲ ମେଥଡ୍) ଅନୁସାରେ ଆୟର୍ଲାଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଅଧିନାୟକ ଆଣ୍ଡ୍ର୍ୟୁ ବାଲବେର୍ନି ସର୍ବାଧିକ ୬୨ ରନ କରିଥିବାବେଳେ ଲୋରକାନ ଟକର ୩୪ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ଓ ମାର୍କ ଉଡ୍ ୩ଟି ଲେଖାଏଁ ଏବଂ ସାମ କୁରାନ ୨ଟି ଓ୍ବିକେଟ ନେଇଥିଲେ ।

୧୫୮ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ପାଇଁ ସହଜ ଜଣାପଡ଼ୁଥିଲେ ବି ଦଳ ଆରମ୍ଭରୁ ଜସ ବଟଲର ଓ ଆଲେକ୍ସ ହେଲ୍ସଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଯାଇଥିଲା । ପରେ ଡାଓ୍ବିଡ୍ ମଲାନ ଓ ହ୍ୟାରି ବ୍ରୁକ୍ସ ଦଳୀୟ ସ୍ଥିତିକୁ ସମ୍ଭାଳି ନେଇଥିଲେ । ମଲାନ ୩୫ ରନ କରି ଆଉଟ ହୋଇଥିଲେ । ବ୍ରୁକ ୧୮ ରନ ଓ ବେନ ଷ୍ଟେକ୍ସ ମାତ୍ର ୬ ରନ କରି ଆଉଟ ହୋଇଥିଲେ ।

ଦଳୀୟ ସ୍କୋର ୫ ଓ୍ବିକେଟରେ ୧୦୫ ରନ ହୋଇଥିବାବେଳେ ବର୍ଷା ହୋଇଥିଲା ଓ ଡକଓ୍ବର୍ଥ ଲୁଇସ୍ ମେଥଡ୍( ଡିଏଲ ମେଥଡ୍) ଅନୁସାରେ ଆୟର୍ଲାଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । ଆରମ୍ଭରୁ ଓ୍ବିକେଟ ହରାଇବା ଦଳ ପାଇଁ ମହଙ୍ଗା ପଡ଼ିଯାଇଥିଲା ।

 

 

ସମ୍ବନ୍ଧିତ ଖବର