ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ଏହାରି ଭିତରେ ଆଉ ଏକ ଖବର ଆସିଛି କି ଏକ ଟକ ସୋ’ ଦ ମିର୍ଜା-ମଲିକ ସୋ’କୁ ଦୁଇଜଣ ହୋଷ୍ଟ କରିବେ। ସେୟାର ହୋଇଥିବା ପୋଷ୍ଟରେ ଦୁହେଁ ଏକାଠି ଛିଡ଼ା ହୋଇଥିବା ନଜରକୁ ଆସିଛି। ଏହି ସୋ’ ଏକ ପାକିସ୍ତାନୀ ଚାନେଲରେ ପ୍ରସାରିତ ହେବ।

Advertisment

ପୋଷ୍ଟ ସହିତ ଟେକ୍ସଟରେ ଲେଖା ହୋଇଛି, ‘ଦ ମିର୍ଜା-ମଲିକ ସୋ ଭେରି ସୁନ ଓନଲି ଆନ ଊର୍ଦୁଫିଲକ୍ସ‘। ଏହି ପୋଷ୍ଟକୁ ନେଇ ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି, ‘ବହୁତ ଭଲ ଲାଗିଲା। ମନ ଖୁସି ହୋଇଗଲା। ଏମିତି ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସାନିଆ ଓ ସୋଏବ୍ ୨୦୧୦ ଏପ୍ରିଲ୍ ୧୨ ତାରିଖରେ ହାଇଦ୍ରାବାଦସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଇଝାନଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍ ଖୁବଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ତେବେ ସାନିଆ ଓ ସୋଏବ ଏଯାଏ ସେମାନଙ୍କ ବିଚ୍ଛେଦ ପ୍ରସଂଗରେ ମତ ରଖିନାହାନ୍ତି। ତେବେ ସାନିଆ ଓ ସୋଏବଙ୍କ    ବିବାହ ବିଚ୍ଛେଦ ନେଇ ଖବର ଉଠିଥିଲା ବେଳେ ଏକାଠି ସୋ’ କରିବା ଖବର ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ପ୍ରକାର ଖୁସି ଖବର ବୋଲି କୁହାଯାଉଛି।