ଅନିର୍ବେଦ, କାଶିକା ଜାତୀୟ ବନ୍ଧୁକଚାଳନା ଟ୍ରାଏଲ୍ସକୁ ମନୋନୀତ

ଭୁବନେଶ୍ୱର: ସ୍ଥାନୀୟ ନିଳାଦ୍ରୀ ବିହାରଠାରେ ଥିବା ଗନ୍ସ ଫର୍‌ ଗ୍ଲୋରି ସୁଟିଂ ଏକାଡେମିରେ ପ୍ରଶିକ୍ଷଣ ନେଉଥିବାୀ ଅନିର୍ବେଦ ପଟ୍ଟନାୟକ ଏବଂ କାଶିକା ପ୍ରଧାନ ଜାତୀୟ ବନ୍ଧୁକଚାଳନା ଟ୍ରାଏଲ୍ସକୁ ମନୋନୀତ ହୋଇଛନ୍ତି। ଏଥି ସହ ଦୁହେଁ ମଧ୍ୟ ରିନୋେଓ୍ଵଡ୍‌ ବନ୍ଧୁକଚାଳକ ମାନ୍ୟତା ହାସଲ କରିଛନ୍ତି। ଟ୍ରାଏଲ୍ସ ଆସନ୍ତା ଜାନୁଆରି ୧୮ ଏବଂ ୧୯ ଦୁଇ ଦିନ ଧରି ଆୟୋଜିତ ହେବ। ୟୁନିଟ୍‌-୮ ସ୍ଥିତ ଡିଏଭି ସ୍କୁଲ୍‌ରେ ପଢ଼ୁଥିବା ଅନିର୍ବେଦ (୧୪ ବର୍ଷ) କେରଳର ତିରୁବନ୍ତପୁରମରେ ଚାଲିଥିବା ୬୧ତମ ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଯୁବ ବର୍ଗ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ରେ ପଢୁଥିବା ୧୫ ବର୍ଷୀୟା କାଶିକା କିନିଷ୍ଠ ଏବଂ ଯୁବ ବର୍ଗ ପାଇଁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର