ପୂଜାରାଙ୍କୁ ସମର୍ଥନ ଦେଲେ ଅନିଲ କୁମ୍ବଲେ, କହିଲେ ତାଙ୍କୁ ଆଇପିଏଲ୍‌ରେ ସ୍ଥାନ ମିଳିବା ଦରକାର

ନୂଆଦିଲ୍ଲୀ: ଚେତେଶ୍ୱର ପୂଜାରାଙ୍କୁ ଆଇପିଏଲ୍‌ ୨୦୧୯ରେ ଯଦିଓ କୌଣସି ଦଳ ନେଇ ନାହାନ୍ତି, କିନ୍ତୁ ଏବେ ବି କିଛି ଲୋକ ଚାହାନ୍ତି ସେ ଏହି ଟି-୨୦ ଲିଗ୍‌ରେ ଖେଳନ୍ତୁ। ପୂର୍ବତନ ଭାରତୀୟ କ୍ରିକେଟର ଅନିଲ କୁମ୍ବଲେ ମଧ୍ୟ ଚେତେଶ୍ୱର ପୂଜାରାଙ୍କୁ ଆଇପିଏଲ୍‌ରେ ଦେଖିବାକୁ ଚାହାନ୍ତି।

ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ଵିକେଟ ନେଇଥିବା କୁମ୍ବଲେଙ୍କ କହିବା ଅନୁସାରେ ଈଶାନ୍ତ ଶର୍ମା ଏବଂ ଚେତେଶ୍ୱର ପୂଜାରା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଭଲ ପ୍ରଦର୍ଶନ କରିବାର କ୍ଷମତା ରଖିଛନ୍ତି। ସେମାନଙ୍କୁ ଏହି ଲିଗ୍‌ରେ ଖେଳାଇବା ଦରକାର। ଈଶାନ୍ତଙ୍କୁ ଗତ ଥର ଆଇପିଏଲ୍‌ରେ କୌଣସି ଦଳ ନେଇ ନଥିଲେ କିନ୍ତୁ ଏଥର ଦିଲ୍ଲୀ କ୍ୟାପିଟାଲସ୍‌ ନେଇଛି।

ଅନିଲ କୁମ୍ବଲେ ଆଇପିଏଲ୍‌ର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଈଶାନ୍ତଙ୍କ ନିକଟରେ ଦକ୍ଷତା ଅଛି ଏବଂ ସେ ଭଲ ପ୍ରଦର୍ଶନ କରୁଛନ୍ତି। ସେ ଆଇପିଏଲ୍‌ରେ ସ୍ଥାନ ପାଇବା ତାଙ୍କର ଅଧିକାର ଅଛି। ମାତ୍ର ଦୁଃଖର କଥା ଯେ, କିଛି ଖେଳାଳିଙ୍କୁ ଆଇପିଏଲ୍‌ରେ ସ୍ଥାନ ମିଳିପାରୁ ନାହିଁ। ଭାରତର ପୂର୍ବତନ ଅଧିନାୟକ କୁମ୍ବଲେ କହିଛନ୍ତି, ଈଶାନ୍ତ ଓ ପୂଜାରାଙ୍କ ଭଳି ଯେଉଁ ଖେଳାଳିମାନେ ଟେଷ୍ଟ ମ୍ୟାଚ ଖେଳିଛନ୍ତି, ତାଙ୍କୁ ଟି-୨୦ ଲିଗର ଅଂଶବିଶେଷ କରାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର