ଭୁବନେଶ୍ୱର: ଜଗତସିଂହପୁରରେ ଚାଲିଥିବା ଅନୀଲ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ଭୁବନେଶ୍ୱରର କ୍ରାଉନ୍ କ୍ଲବ୍ ବିଜେତା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା କ୍ରାଉନ୍ ୭ ଓ୍ଵିକେଟ୍ରେ ୧୫୪ ରନ୍ କରିଥିଲା। ବିଶ୍ୱଜିତ ଭୂୟାଁ ୫୦, ଆଶିଷ ପ୍ରଧାନ ୨୭, ଭରତ ଦାସ ୨୧ ରନ୍ କରିଥିଲେ। ଜବାବରେ ବିଶ୍ୱଭାରତୀ ୯୦/୭ରେ ସୀମିତ ରହିଥିଲା। ସୁଜିତ୍ କୁଲୁ ୩, ପୀୟୂଷ ପଟ୍ଟନାୟକ ୨ ଓ୍ଵିକେଟ୍ ଏବଂ କିଷନ ରଥ ଓ ବିଶ୍ୱଜିତ ଭୂୟାଁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ବିଶ୍ୱଜିତ୍ ଭୂୟାଁ ମ୍ୟାଚ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କିଷନ ରଥ ଶ୍ରେଷ୍ଠ ବୋଲର ସମ୍ମାନ ପାଇଥିଲେ।
ଅନୀଲ ସ୍ମାରକୀ କ୍ରିକେଟ୍: କ୍ରାଉନ୍ କ୍ଲବ୍ ବିଜେତା
/sambad/media/post_attachments/wp-content/uploads/2018/01/14-Crown-Champion.jpeg)