ଅନିସଙ୍କୁ ବିଶ୍ୱକପ୍‌ ସ୍ୱର୍ଣ୍ଣ

ସିଡ୍‌ନି: ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ୱକପ୍‌ର ପୁରୁଷ ୨୫ ମିଟର ରାପିଡ୍‌ ପିସ୍ତଲରେ ୧୫ ବର୍ଷୀୟ ଭାରତୀୟ ବନ୍ଧୁକ ଚାଳକ ଅନିସ ଭନଓ୍ଵାଲ୍‌ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ଦଳଗତ ପ୍ରତିଯୋଗିତାରେ ଭାରତ ରୌପ୍ୟ ଓ କାଂସ୍ୟ ପଦକ ଜିତି ନେଇଥିଲା ବେଳେ ଚୀନ୍‌ ସ୍ୱର୍ଣ୍ଣ ପାଇଥିଲା। ଅନିସଙ୍କ ସହ ଆନଦ ଏବଂ ଆଦର୍ଶ ସିଂହ ରୌପ୍ୟ ଜିତିଥିଲା ବେଳେ ସାନ୍ଧୁ, ଜାପତେସ ସିଂହ ଜସପାଲ ଓ ମନଦୀପ ସିଂହ କାଂସ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର