ଗାଲିୟର୍: ଭାରତର ଶ୍ରେଷ୍ଠ ଏକକ ଟେନିସ୍ ଖେଳାଳି ଅଙ୍କିତା ରାଇନା ତାଙ୍କ ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛନ୍ତି। ପ୍ରାୟ ୩ ବର୍ଷ ଧରି ଟ୍ରଫି ଜିତିବା ପାଇଁ ସଂଘର୍ଷ କରୁଥିବା ଅଙ୍କିତା ଶେଷରେ ଚଳିତ ବର୍ଷ ବିଜେତା ହୋଇଛନ୍ତି। ଏଠାରେ ଚାଲିଥିବା ୨୫,୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଗ୍ଵାଲିୟର ଆଇଟିଏଫ୍ ମହିଳା ପ୍ରତିଯୋଗିତାର ଶନିବାର ଏକକ ଫାଇନାଲ୍ରେ ଚତୁର୍ଥ ମାନ୍ୟତା ଅଙ୍କିତା ଦ୍ୱିତୀୟ ମାନ୍ୟତା ଫ୍ରାନ୍ସ ଲଳନା ଆମାଦିନେ ହେସେଙ୍କୁ ସିଧାସଳଖ ସେଟ୍ ୬-୨ ଓ ୭-୫ରେ ପରାସ୍ତ କରି ଟ୍ରଫି କରାୟତ କରିନେଇଛନ୍ତି। ଫାଇନାଲ୍ ମୁକାବିଲା ପ୍ରାୟ ୧ ଘଣ୍ଟା ୨୫ ମିନିଟ୍ ଧରି ଚାଲିଥିଲା। ଆଉ ଏହି ବିଜୟ ସହ ଅଙ୍କିତା ମଧ୍ୟ ହେସେଙ୍କଠୁ ଗତବର୍ଷ ମୁମ୍ବାଇ ଓପନ୍ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି।
ଏହାପୂର୍ବରୁ ଶେଷ ଥର ପାଇଁ ଅଙ୍କିିତା ୨୦୧୪ ଡିସେମ୍ବରରେ ପୁନେ ଆଇଟିଏଫ୍ ପ୍ରତିଯୋଗିତାରେ ଟ୍ରଫି ଜିତିଥିଲେ। ମୋଟ ଉପରେ ଅଙ୍କିତାଙ୍କ ଜୀବନର ଏହା ଷଷ୍ଠ ଟ୍ରଫି। ତେବେ ଗତ ୬ ବର୍ଷ ମଧ୍ୟରେ ସେ ୯ ଥର ଫାଇନାଲ୍ରେ ଝୁଣ୍ଟି ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/3-Ankita-Raina-ends-singles-title-drought-wins-Gwalior-ITF-event.jpg)