ମୁମ୍ବାଇ: ଖବର କାଗଜରେ କ୍ରିକେଟ୍ ସ୍ତମ୍ଭ ଲେଖୁଥିବା ଭାଷ୍ୟକାରମାନେ ଏହାକୁ ଛାଡ଼ିବାକୁ ବାଧ୍ୟ ହେବେ। ଭାଷ୍ୟକାର ଦାୟିତ୍ୱରେ ଥିବା ପୂର୍ବତନ ଖେଳାଳି ଓ ବିଶେଷଜ୍ଞମାନେ ମଧ୍ୟ ପ୍ରାୟୋଜିତ ପୁରସ୍କାର ଓ ରେଟିଂ କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହିବାକୁ ବାଧ୍ୟ ହେବେ। ଲୋଧା ସମିତି ସୁପାରିସ ଅନୁସାରେ ଏହା ଦୈତସ୍ୱାର୍ଥ ଭିତ୍ତିକ ଥିବାରୁ ବିସିସିଆଇ ଏହାକୁ ଲାଗୁ କରିବାକୁ ଯାଉଛି। ଏହା କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ଶକ୍ତ ଝଟ୍କା ଭଳି ହୋଇଛି। ବିସିସିଆଇ ସହ ଭାଷ୍ୟକାର ଭାବେ ଚୁକ୍ତିବଦ୍ଧ ଥିବାରୁ ଗାଭାସ୍କର କିଛି ଦିନ ତଳେ ତାଙ୍କ ଖେଳାଳି ପରିଚାଳନା ସଂସ୍ଥା ପିଏମ୍ଜିକୁ ବନ୍ଦ କରିଥିଲେ। କିନ୍ତୁ ଖବରକାଗଜରେ ଲେଖୁଥିଲେ। ଏବେ ସେଇଟା ବଧ୍ୟ ବନ୍ଦ ହୋଇଯିବ। ଗଭାସ୍କରଙ୍କ ଭଳି ବିିସିସିଆଇ ଭାଷ୍ୟକାର ଭାବେ ପୂର୍ବତନ ଖେଳାଳି ସଂଜୟ ମଞ୍ଜରେକର, ମୁରଲୀ କାର୍ତିକ ଏବଂ କ୍ରିକେଟ୍ ବିଶାରଦ ହର୍ଷ ଭୋଗ୍ଲେ ଚୁକ୍ତିବଦ୍ଧ ଅଛନ୍ତି। ଗାଭାସ୍କରଙ୍କ ଭଳି ମଞ୍ଜରେକର ଓ ଭୋଗ୍ଲେ ମଧ୍ୟ ଖବରକାଗଜରେ ସ୍ତମ୍ଭ ଲେଖୁଛନ୍ତି। ଏବେ ଏହି ଦୁଇଟିରୁ ସେମାନଙ୍କୁ ଗୋଟିଏ ବାଛିବାକୁ ପଡ଼ିବ। ଲୋଧା ସୁପାରିସ ଅନୁସାରେ ବିସିସିଆଇ ସହ ଜଡ଼ିତ ଥିବା କୌଣସି ବ୍ୟକ୍ତି ଅନ୍ୟ ସୂତ୍ରରୁ ଆୟ କରିପାରିବେ ନାହିଁ। ଉଚ୍ଚତମ ନ୍ୟାୟାଳୟ ଏ ଦିଗରେ ସ୍ପଷ୍ଟ ଆଭିମୁଖ୍ୟ ରଖିବା ପରେ ଭାରତୀୟ ମହିଳା ଦଳ ସହ ଜଡ଼ିତ ଜଣେ ଫିଜିଓଥେରାପିଷ୍ଟ ପଦ ତ୍ୟାଗ କରିଥିଲେ। ସବୁଠାରୁ ମଜା କଥା ହେଲା ହିନ୍ଦୀ ଭାଷ୍ୟକାରଙ୍କ ପାଇଁ ଏହା ପ୍ରଜୁଯ୍ୟ ହେବ ନାହିଁ। କାରଣ ସେମାନଙ୍କୁ ଷ୍ଟାର ସ୍ପୋର୍ଟସ ଚୁକ୍ତିବଦ୍ଧ କରିଛି, ବିସିସିଆଇ ନୁହେଁ। ଫଳରେ ଭିିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେବହାଗଙ୍କ ଭଳି ଖେଳାଳି ଭାଷ୍ୟକାର ଦାୟିତ୍ୱ ସହିତ ଖବରକାଗଜରେ ଲେଖିପାରିବେ।
ବିସିସିଆଇ ପ୍ରଶାସନିକ ସମିତି ମଧ୍ୟ ଏବେ ପୁରୁଷ ଓ ମହିଳା ଦଳର ଖେଳାଳିଙ୍କୁ ଯାତାୟତ ଲାଗି ବିଜିନେସ୍ କ୍ଲାସ୍ ଟିକେଟ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଇକୋନୋମି କ୍ଲାସ୍ରେ ଯିବା ବେଳେ ସେମାନଙ୍କୁ ପ୍ରଶଂସମାନେ ଘେରିଯାଉଥିବାରୁ ନିକଟରେ ବିରାଟ କୋହଲି ପ୍ରମୁଖ ଅଭିଯୋଗ କରିଥିଲେ। ଫଳରେ ଏଥିରେ ଉନ୍ନତି କରାଯାଇଛି। ପୁରୁଷଙ୍କ ଭଳି ମହିଳା ଦଳକୁ ଏଣିକି ଚୁକ୍ତିଭିତ୍ତିକ ଫିଜିଓଥେରାପିଷ୍ଟ ଓ ଟ୍ରେନର ନିଯୁକ୍ତ କରାଯିବ। ଏହି ଅବସରରେ ବିସିସିଆଇ ମଧ୍ୟ ପଣ୍ଡିଚେରୀକୁ ସହଯୋଗୀ ସଦସ୍ୟତା ପ୍ରଦାନ କରିଛି। ସେହିଭଳି ମୁମ୍ବାଇ, ପଞ୍ଜାବ ଓ ବେଙ୍ଗଲକୁ ୨୦୧୭ ଆଇପିଏଲ୍ର ଶ୍ରେଷ୍ଠ ପିଚ୍ ଓ ପଡ଼ିଆ ପୁରସ୍କାର ବାବଦ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛି।
ସ୍ତମ୍ଭ ଲେଖିବା ଛାଡ଼ିବେ ଭାଷ୍ୟକାର!
ବିସିସିଆଇ କଟକଣା
/sambad/media/post_attachments/wp-content/uploads/2017/11/BCCI-300x169-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)