ପୁଣେ : ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ନିଜ ଆନ୍ତର୍ଜାତିକ କ୍ରିକେଟ୍ରେ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ଜରିଆରେ ସେ ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତର ନେତୃତ୍ବ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି। ୨୦୧୭ ଜାନୁଆରିରେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ନେତୃତ୍ବ ଭାର ଗ୍ରହଣ କରିଥିବା କୋହଲି ଇତି ମଧ୍ୟରେ ଆନ୍ତର୍ଜାତିକ କ୍ରିକେଟ୍ରେ ଭାରତକୁ ୬୦ ଟେଷ୍ଟ୍, ୪୫ ଟି-୨୦ ଓ ୯୫ ଦିନିକିଆରେ ନେତୃତ୍ବ ଦେଇଛନ୍ତି। ଭାରତୀୟ ଅଧିନାୟକ ଭାବେ ଏଭଳି ମାଇଲଖୁଣ୍ଟ ପ୍ରତିଷ୍ଠା କରିବାରେ ଧୋନି (୩୩୨) ଓ ମହମ୍ମଦ ଆଝାରୁଦ୍ଦିନ୍ (୨୨୧)ଙ୍କ ପରେ ତୃତୀୟ ହୋଇଛନ୍ତି। ଏମାନଙ୍କ ପଛକୁ ସୌରଭ ଗାଙ୍ଗୁଲି (୧୯୬) ଏବଂ କପିଳ ଦେବ (୧୦୮) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
କୋହଲିଙ୍କ ଆଉ ଏକ ମାଇଲଖୁଣ୍ଟ : ଅଧିନାୟକ ଭାବେ ୨୦୦ତମ ମ୍ୟାଚ୍ ଖେଳିଲେ
ଧୋନି ଓ ଆଝାରୁଦ୍ଦିନ୍ଙ୍କ ପରେ ତୃତୀୟ ଭାରତୀୟ
/sambad/media/post_attachments/wp-content/uploads/2021/03/Virat-Kohli-fielding.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)