ଆଇପିଏଲ୍ : ଦିଲ୍ଲୀ ଦଳର ଟିମ ସେଫର୍ଟ କରୋନା ସଂକ୍ରମିତ ଚିହ୍ନଟ, ମିଚେଲ ମାର୍ସଙ୍କ ପରେ ୨ୟ ଖେଳାଳି

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ଉପରେ କରୋନାର କଳାବାଦଲ ପୁଣି ଘୋଟିବାରେ ଲାଗିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡ ଖେଳାଳି ଟିମ ସେଫର୍ଟ କରୋନା ପଜିଟିଭ ଥିବା ଜଣାପଡ଼ିଛି । ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଥିବା ସୂଚନା ମିଳିଛି  । ତେବେ ତାଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ । ସେହି ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହୋଇପାରିବ । ତାଙ୍କୁ ମିଶାଇ ଦିଲ୍ଲୀ ଦଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା (ଖେଳାଳି ଓ କର୍ମଚାରୀଙ୍କୁ ମିଶାଇ) ୬ରେ ପହଞ୍ଚିଛି । ଗତ ୧୫ ତାରିଖରେ ଦିଲ୍ଲୀର ଫିଜିଓ ପାଟ୍ରିକ ଫରହାର୍ଡ ପ୍ରଥମ ବ୍ୟକ୍ତିଭାବେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୂର୍ବରୁ  ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ସ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଆଜି ଦିଲ୍ଲୀ ଦଳ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ପଞ୍ଜାବ କିଙ୍ଗ୍ସ ସହ ଖେଳିବ । ତେବେ  କରୋନା ସଂକ୍ରମଣ ଯୋଗୁଁ ଏହି ମ୍ୟାଚକୁ ନେଇ ସଂଦେହ ଦେଖାଦେଇଛି । ତେବେ ଏ ସଂପର୍କରେ ବିସିସିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।

ଦିଲ୍ଲୀ ଦଳ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ ଖେଳି ୨ଟି ବିଜୟ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି ।

ଗତବର୍ଷ କରୋନା ସଂକ୍ରମଣ କାରଣରୁ ଆଇପିଏଲକୁ ଅଧାରୁ ସ୍ଥଗିତ ରଖିବାକୁ ପଡିଥିଲା । କେତେକ ଖେଳାଳି ଓ କର୍ମଚାରୀ ସଂକ୍ରମିତ ହେବା ପରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ପରେ ଅବଶିଷ୍ଟ ଆଇପିଏଲ ମ୍ୟାଚଗୁଡିକୁ ୟୁଏଇରେ ଆୟୋଜନ କରାଯାଇଥିଲା ।

ସମ୍ବନ୍ଧିତ ଖବର