ଦୁବାଇ: ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଆଇସିସି ଟେଷ୍ଟ୍ ବୋଲରଙ୍କ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଏହା ମଧ୍ୟ ଆଣ୍ଡରସନ୍ଙ୍କୁ ଭାରତ ବିପକ୍ଷ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଦୃଢ଼ ମନୋବଳ ଦେଇଛି। ମଙ୍ଗଳବାର ପ୍ରକାଶିତ ମାନ୍ୟତା ତାଲିକାରେ ଆଣ୍ଡରସନ୍ ସର୍ବାଧିକ ୮୯୨ ପଏଣ୍ଟ୍ ପାଇ ଶୀର୍ଷକୁ ଲମ୍ଫ ଦେଇଥିଲା ବେଳେ ଏହି ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ଦ୍ୱିତୀୟକୁ ଖସି ଯାଇଛନ୍ତି।
ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଭର୍ନନ୍ ଫିଲାଣ୍ଡର୍ (୮୨୬) ଚତୁର୍ଥ ସ୍ଥାନରେ ରହି ଦୁଇ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କୁ ଅଲଗା କରିଦେଇଛନ୍ତି। ଜାଦେଜା (୮୬୬) ଓ ଅଶ୍ୱିନ୍ (୮୧୧) ଯଥାକ୍ରମେ ତୃତୀୟ ଓ ପଞ୍ଚମରେ ରହିଛନ୍ତି। ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ (୯୨୯) ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି (୯୦୩) ପ୍ରଥମ ଦୁଇ ସ୍ଥାନ ବଜାୟ ରଖିଥିଲା ବେଳେ ଶୀର୍ଷ-୧୦ରେ ଦ୍ୱିତୀୟ ଭାରତୀୟ ଭାବେ ଚେତେଶ୍ୱର ପୂଜାରା (୭୯୯) ଷଷ୍ଠ ସ୍ଥାନ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/james-anderson.bmp)