ଭୁବନେଶ୍ବର: ପୁରୀ କ୍ଲବ୍ରେ ଚାଲିଥିବା ଦୁଶାନ ଦେଓ ସ୍ମାରକୀ ଆଇଟା-ଓଟିଏସ୍ ସର୍ବଭାରତୀୟ ପୁରୁଷ ମାନ୍ୟତା ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ବିଜେତା ଟ୍ରଫି ହାତେଇ ଦେଇଛନ୍ତି। ପୁରୁଷ ଏକକ ଫାଇନାଲରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅଂଶୁ ଷଷ୍ଠ ମାନ୍ୟତାପ୍ରାପ୍ତ ହରିଆନାର ଓମିନ୍ଦର ବୈଶୋୟାଙ୍କୁ ୬-୪, ୬-୨ ସିଧାସଳଖ ସେଟ୍ରେ ପରାସ୍ତ କରି ଓଡ଼ିଶାର ସମ୍ମାନ ରଖିଛନ୍ତି। ପୁରୁଷ ଯୁଗଳରେ ଆନ୍ଧ୍ର ପ୍ରଦେଶ-ତେଲେଙ୍ଗାନା ଯୋଡ଼ି ବବଜୀ ଶିବା ଆତୁରୁ-ସଜିଦ୍ ଉର ରହମାନ ୬-୪, ୬-୨ରେ ବେଙ୍ଗଲ ଯୋଡ଼ି ଆଦିତ୍ୟ ବର୍ଧନ ରୟ ଚୌଧୁରୀ ଏବଂ ରୋହିତ ରାମପୁରିଆଙ୍କୁ ହରାଇ ବିଜେତା ହୋଇଛନ୍ତି। ଉଦ୍ଯାପନୀ ଉତ୍ସବରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ପୁରୀ ଜିଲ୍ଲା ଟେନିସ୍ ସଂଘ ଉପ ସଭାପତି ଆର୍ଯ୍ୟକାନ୍ତ ପଟ୍ଟନାୟକ, ସମ୍ପାଦକ ସୁନୀଲ ମହାପାତ୍ର, ଯୁଗ୍ମ ସମ୍ପାଦକ ହରିହର ଗୁରୁ, ଆଉଟା ପର୍ଯ୍ୟବେକ୍ଷକ ପ୍ରବୀଣ କୁମାର ନାୟକ ଅତିଥିଭାବେ ଯୋଗ ଦେଇଥିଲେ।
ଦୁଶାନ ଦେଓ ଟେନିସ୍ ଟ୍ରଫି ଜିତିଲେ ଅଂଶୁ
/sambad/media/post_attachments/wp-content/uploads/2018/12/Untitled-1-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)