ଅଂଶୁଳା ୪ ବର୍ଷ ନିଲମ୍ବିତ, ଡୋପିଂ କାର୍ଯ୍ୟାନୁଷ୍ଠାନରେ ପ୍ରଥମ ମହିଳା କ୍ରିକେଟର

ନୂଆଦିଲ୍ଲୀ: ନାଡ଼ା (ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍‌ସି)ର ଡୋପ୍ ଟେଷ୍ଟ୍‌ରେ ବିଫଳ ହେବା ପରେ ଦେଶର ପ୍ରଥମ ମହିଳା କ୍ରିକେଟର୍ ଭାବେ ଅଂଶୁଲା ରାଓଙ୍କୁ ୪ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ମଧ୍ୟପ୍ରଦେଶ ପାଇଁ ଖେଳୁଥିବା ଏହି ଅଲରାଉଣ୍ଡର୍‌ ନିଜ ଜାଣତରେ ଶକ୍ତିବର୍ଦ୍ଧକ ସେବନ କରିଥିଲେ। ସେ ଜଣେ ବିସିସିଆଇ ପଞ୍ଜିକୃତ ଖେଳାଳି ଏବଂ ଶେଷ ଥର ପାଇଁ ୨୦୧୯-୨୦ ଘରୋଇ ପ୍ରତିଯୋଗିତାରେ ମଧ୍ୟପ୍ରଦେଶ ୨୩ ବର୍ଷରୁ କମ୍‌ ଦଳ ପାଇଁ ଖେଳିଥିଲେ। ତାଙ୍କ ଶରୀରକୁ କିଭଳି ଭାବେ ଏହି ନିଷିଦ୍ଧ ଶକ୍ତିବର୍ଦ୍ଧକ ପ୍ରବେଶ କଲା ସେ କିନ୍ତୁ ପ୍ରମାଣିତ କରିପାରିନଥିଲେ।

ସମ୍ବନ୍ଧିତ ଖବର