ଓଡ଼ିଶା ଟି-୨୦ ଦଳରେ ଅଂଶୁମାନ ରଥ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ସମ୍ଭାବ୍ୟ ଦଳ
ବିପ୍ଳବ, ସନ୍ଦୀପ, ସୂର୍ଯ୍ୟକାନ୍ତଙ୍କୁ ମିଳିନି ସୁଯୋଗ

କଟକ : ଆସନ୍ତା ନଭେମ୍ବର ୪ ତାରିଖରୁ ଲକ୍ଷ୍ନୌରେ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ସମ୍ଭାବ୍ୟ ଓଡ଼ିଶା ଦଳର ଘୋଷଣା ହୋଇଛି। ୨୮ ଜଣିଆ ଖେଳାଳି ତାଲିକା ଘୋଷଣା ହୋଇଥିଲା ବେଳେ ଏଥିରୁ ୨୨ ଜଣିଆ ଚୂଡ଼ାନ୍ତ ଦଳ ଘୋଷଣା ହେବ ଓ ଅନ୍ୟ ୬ ଜଣ ଷ୍ଟାଣ୍ତ ବାଏରେ ରହିବେ। ଦଳରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ହ˚କ˚ର ପୂର୍ବତନ ଅଧିନାୟକ ଅ˚ଶୁମାନ ରଥ ସ୍ଥାନ ପାଇଥିଲା ବେଳେ ଭାରତରେ ଓଡ଼ିଶା ତରଫରୁ ସେ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିବେ ବୋଲି ସ୍ପଷ୍ଟ ହୋଇଛି। ତେବେ ସମ୍ଭାବ୍ୟ ଦଳରେ ବିପ୍ଳବ ସାମନ୍ତରା, ସନ୍ଦୀପ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଭଳି ଖେଳାଳିଙ୍କ ନାମକୁ ବିଭିନ୍ନ କାରଣରୁ ବାଦ୍‌ ଦିଆଯାଇଛି। ସମ୍ଭାବ୍ୟ ଖେଳାଳିମାନଙ୍କୁ ୨୬ ତାରିଖରେ ଓସିଏ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଥିଲା ବେଳେ ସଚିନ ତେନ୍ଦୁଲକର ଇନ୍‌ଡୋରର ହଲ୍‌ରେ ଅଭ୍ୟାସ ଚାଲିବ। ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଲକ୍ଷ୍ନୌରେ ପହଞ୍ଚିବା ପରେ ସେଠାରେ ଖେଳାଳିମାନେ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ନଭେମ୍ବର ୨ ଓ ୩ ତାରିଖରେ ଦୁଇଟି ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡ଼ିଛି।

ସମ୍ଭାବ୍ୟ ଓଡ଼ିଶା ଦଳ: ଅ˚ଶୁମାନ ରଥ, ଗୌରବ ଚୌଧୁରୀ, ରାଜେଶ ଧୂପର, ଅନୁରାଗ ଷଡ଼ଙ୍ଗୀ, ସ୍ବସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ (ସମସ୍ତେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ), ଗୋବିନ୍ଦ ପୋଦ୍ଦାର, ଶୁଭ୍ରା˚ଶୁ ସେନାପତି, ଦେବେନ୍ଦ୍ର କୁଅଁର, ଅଭିଷେକ ଯାଦବ, କାର୍ତ୍ତିକ ବିଶ୍ବାଳ, ପ୍ରତୀକ ଦାସ, ସୁଜିତ ଲେଙ୍କା (ସମସ୍ତେ ମଧ୍ୟଭାଗ ଖେଳାଳି), ଅଙ୍କିତ ଯାଦବ, ପ୍ରୟାସ ସି˚ହ, ସର୍ବେଶ୍ବର ମହାନ୍ତି, ସୌଭାଗ୍ୟ ରାଉତ (ସମସ୍ତେ ଅଲରାଉଣ୍ତର), ପପୁ ରାଏ, ହର୍ଷିତ ରାଥୋଡ଼, ଜୟନ୍ତ ବେହେରା, ବିକାଶ ରାଉତ, ଅଭିଷେକ ରାଉତ, ଗୋବିନ୍ଦ ତାଣ୍ତିଆ (ସମସ୍ତେ ସ୍ପିନର), ଆଶିଷ ରାଏ, ରାଜେଶ ମହାନ୍ତି, ତାରିଣୀ ସା’, ଦେବବ୍ରତ ପ୍ରଧାନ, ବି ଶିବ (ସମସ୍ତେ ଦ୍ରୁତ ବୋଲର)।

ସମ୍ବନ୍ଧିତ ଖବର