ଧର୍ମଶାଳା/ଚଢ଼େଇଧରା: ଧର୍ମଶାଳା ମହୋତ୍ସବ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍ରେ ବ୍ରିଲିଆଣ୍ଟ୍ ବୟଜ୍ କ୍ଲବ୍ ରାୟପୁର (ଛତିଶଗଡ଼)କୁ ପରାସ୍ତ କରି ଶେରସା ଖଡ଼ଗପୁର ୱର୍କସ (ଖଗଡ଼ପୁର) ସେମିଫାଇନାଲ୍ରେ ପହଞ୍ଚିଯାଇଛି। ଖଗଡ଼ପୁର ଦଳ ପ୍ରଥମେ ବ୍ୟାଟିଂ କରି ୨୭.୫ ଓଭରରେ ୧୮୪ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ରାଜେନ୍ଦ୍ର ଶର୍ମା ୪୨ ରନ୍ କରିଥିଲା ବେଳେ ରାୟପୁର ଦଳ ପକ୍ଷରୁ ରାଜା କ୍ରୁରେ ୩ ଓ୍ଵିକେଟ୍ ନେଇଥିଲେ।
ଜବାବରେ ରାୟପୁର ଦଳ ୯ ଓ୍ଵିକେଟ୍ ବିନିମୟରେ ୧୭୮ ରନ୍ କରିପାରିଥିଲା। ଅଙ୍କିତ ମିଶ୍ର ୪୮ ରନ୍ କରିଥିଲା ବେଳେ ବିଜୟୀ ଦଳ ପକ୍ଷରୁ କ୍ରାନ୍ତି ବର୍ମା ୫ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର ଅତିଥି ଭାବେ ଯୋଗଦେଇ କ୍ରାନ୍ତିଙ୍କୁ ପୁରସ୍କୃତ କରିଥିଲେ। ଆଶୁତୋଷ ପାଣି ଓ ଶୁଭାଶିଷ ଦାସ ମ୍ୟାଚ୍ ପରିଚାଳନା କରିଥିଲେ। ବୁଧବାର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ୍ (କଟକ) ଓ ସେର୍ସା ଖଡ଼ଗପୁର ମଧ୍ୟରେ ଖେଳାଯିବ।
ଅଂଶୁମାନ ସ୍ମାରକୀ କ୍ରିକେଟ୍: ଖଡ଼ଗପୁର ସେମିରେ
/sambad/media/post_attachments/wp-content/uploads/2017/11/Untitled-1-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)