ଅଂଶୁମାନ ସ୍ମାରକୀ କ୍ରିକେଟ୍‌ ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ୍‌

ଧର୍ମଶାଳା/ଚଢ଼େଇଧରା: ଧର୍ମଶାଳା ମହୋତ୍ସବ ପଡ଼ିଆରେ ଚାଲିଥିବା ସର୍ବ ଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ପ୍ରଥମ ଦଳ ଭାବେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ପ୍ରବେଶ କରିଛି। ବୁଧବାର ପ୍ରଥମ ସେମିଫାଇନାଲରେ ଏହି ଦଳ ୭ ରନ୍‌ରେ ଶେରସା ଖଡ଼ଗପୁରକୁ ପରାସ୍ତ କରିଛି। ରାଇଜିଂ ଷ୍ଟୁଡେଣ୍ଟ୍‌ ୨୮ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। ପ୍ରତୀକ ଅନୁରାଗ ଦାସ ୩୭ ଓ ଅରବିନ୍ଦ ସିଂହ ୩୧ ରନ୍‌ କରିଥିଲେ। ଖଡ଼ଗପୁର ଦଳ ପକ୍ଷରୁ ରାଜେନ୍ଦ୍ର ଶର୍ମା ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଖଡ଼ଗପୁର ଦଳ ୨୬.୫ ଓଭରରେ ୧୭୨ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। କ୍ରାନ୍ତି ବର୍ମା ୪୯ ରନ୍‌ କରିଥିଲେ। ବିଜୟୀ ଦଳ ପକ୍ଷରୁ ସିଦ୍ଧାର୍ଥ ସିହ୍ନା ୩ ଓ୍ଵିକେଟ୍‌ ନେଇଥିଲେ। ଯାଜପୁର ଜିଲ୍ଲା ପୂର୍ବତନ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ରମେଶ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ସିହ୍ନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ। ପ୍ରାଣନାଥ ଜେନା, ସୁବ୍ରତ ଜେନା ଓ ଶୁଭ୍ରଜିତ୍‌ ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର ଅଂଶୁମାନ ସ୍ମାରକୀ କ୍ରିକେଟ୍‌ ଦଳ (ଯାଜପୁର) ଓ ହଣ୍ଟର୍ସ କ୍ଲବ୍‌ (ଭୁବନେଶ୍ୱର) ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର