ଅଂଶୁମାନ ସ୍ମାରକୀ କ୍ରିକେଟ୍‌ ସେମିରେ ପୂର୍ବ ରେଳବାଇ

ଧର୍ମଶାଳା/ଚଢ଼େଇଧରା: ଧର୍ମଶାଳା ମହୋତ୍ସବ ପଡ଼ିଆରେ ଚାଲିଥିବା ଅଂଶୁମାନ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପୂର୍ବ ରେଳବାଇ (ଆସାନସୋଲ) ପହଞ୍ଚିଯାଇଛି। ଶନିବାର ମ୍ୟାଚ୍‌ରେ ରେଳବାଇ ଦଳ କସ୍‌ମୋ କ୍ଲବ୍‌ (ଝାଡ଼ଖଣ୍ଡ)କୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା।

ଝାଡ଼ଖଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୬.୪ ଓଭରରେ ୨୦୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ରାକେଶ ପଟ୍ଟନାୟକ ୮୦ ରନ୍‌ କରିଥିଲେ। ରେଳବାଇ ଦଳର ତୀର୍ଥାଙ୍କର ଭଣ୍ଡାରି ୩ ଓ୍ଵିକେଟ୍‌ ନେଇଥିିଲେ। ଜବାବରେ ରେଳବାଇ ଦଳ ୨୪ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୦୯ ରନ୍‌ କରି ବିଜୟୀ ହୋଇଥିଲା। ତନ୍ମୟ ପରମାଣିକ ଅପରାଜିତ ୫୭ ରନ୍‌ କରିଥିଲେ। ବିପକ୍ଷ ଦଳର ରାକେଶ ପଟ୍ଟନାୟକ ୨ ଓ୍ଵିକେଟ୍‌ ନେଇଥିଲେ। ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବିଜୟ କୁମାର ଶତପଥୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ତନ୍ମୟ ପରମାଣିକଙ୍କୁ ପୁରସ୍କୃତ କରିଥିଲେ। ରମେଶ ମହାରଣା ଓ ଜଗନ୍ନାଥ ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ଆସନ୍ତା ସୋମବାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର