ଧର୍ମଶାଳା/ଚଢ଼େଇଧରା: ଯାଜପୁର ଜିଲ୍ଲା ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆରେ ସୋମବାର ଅଂଶୁମାନ ସ୍ମାରକୀ ଅନ୍ତଃରାଜ୍ୟ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ମୁଖ୍ୟ ଅତିଥି ଓ ଅନ୍ତଃରାଷ୍ଟ୍ରୀୟ କବାଡ଼ି ଖେଳାଳି ରଶ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସେମାବର ଉଦ୍ଘାଟନୀ ମ୍ୟାଚ୍ରେ କଟକ ରାଇଜିଂ ଷ୍ଟୁଡ଼େଣ୍ଟ୍ ୭୧ ରନ୍ରେ ହାଓ୍ଵଡ଼ା ରେଲବାଇକୁ ପରାସ୍ତ କରିଥିଲା। ରାଇଜିଂ ଷ୍ଟୁଡ଼େଣ୍ଟ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୭୮ ରନ୍ କରିଥିଲା। ଅବିନାଶ ନାୟକ ୫୪ ରନ୍ କରିଥିଲେ। ଜିତେନ୍ଦ୍ର ସାହୁ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ହାଓ୍ଵଡ଼ା ରେଲବାଇ ୨୨.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୦୭ ରନ୍ କରପାରିଥିଲା। ରିଶକ୍ କୌଶିକ ୩୦ ରନ୍ କରିଥିଲେ। କଟକ ପକ୍ଷରୁ ଜମଳାଭଂଜନ ମହାପାତ୍ର ୪ ଓ୍ଵିକେଟ୍ ନେଇଥିଲେ। ଜମଳାଭଂଜନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଟ୍ରଷ୍ଟ୍ର ଅଧ୍ୟକ୍ଷ ବିଜୟ କୁମାର ରାୟ ପ୍ରଦାନ କରିଥିଲେ। ସୁବ୍ରତ ଜେନା ଓ ଆଶୁତୋଷ ପାଣି ଖେଳ ପରିଚାଳନା କରିଥିଲୋ ମଙ୍ଗଳବାର ରାୟପୁରର ବ୍ରିଲିଆଣ୍ଟ୍ କ୍ଲବ୍ ଓ ଖଡ଼ଗପୁର ରେଲୱେ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ଅନ୍ତଃରାଜ୍ୟ ଅଂଶୁମାନ ସ୍ମାରକୀ କ୍ରିକେଟ୍:ରାଇଜିଂ ଷ୍ଟୁଡ଼େଣ୍ଟ୍ ବିଜୟୀ
/sambad/media/post_attachments/wp-content/uploads/2017/11/cricket-wallpapers-017.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)