ଅଂଶୁଙ୍କୁ ବଡ଼ ସଫଳତା

ଭୁବନେଶ୍ବର: ରାଜସ୍ଥାନର ଜୟପୁରଠାରେ ଶେଷ ହୋଇଥିବା ଓଏନ୍‌ ଦୀକ୍ଷିତ ୫୦ କେ ପୁରୁଷ ଓ ମହିଳା ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ବିଜେତା ମୁକୁଟ ସହିତ ବଡ଼ ଉପଲବ୍‌ଧି ପାଇଛନ୍ତି। ଶୁକ୍ରବାରର ଫାଇନାଲରେ ଅଂଶୁ ୬-୧, ୬-୩ରେ ଗ୍ୟାରି ଟୋକାସଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହିତ ଅଂଶୁ ମଧ୍ୟ ଆଇଟା ମାନ୍ୟତାର ଶୀର୍ଷ ୨୦ ଭିତରକୁ ପ୍ରବେଶ କରିବାକୁ ଯାଉଛନ୍ତି। ୨୪ ବର୍ଷୀୟ ଏହି ଭୁବନେଶ୍ବର ଯୁବକ ଚଳିତ ବର୍ଷର ତୃତୀୟ ଆଇଟା ୫୦ କେ ପ୍ରତିଯୋଗିତା ଜିତିଥିଲେ। ଖ୍ୟାତନାମା ଟେନିସ୍ ପ୍ରଶିକ୍ଷକ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କଠାରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିବା ଅଂଶୁ ଏବେ ରାଜ୍ୟର ଏକ ନମ୍ବର ଖେଳାଳି ମଧ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର