ଭୁ‌ବନେଶ୍ବର: ଭାରତୀୟ ଲଙ୍ଗ୍‌ ଜମ୍ପର୍‌ ଆନ୍‌ସି ସୋଜାନ ପ୍ରଥମ ଇଣ୍ଡିଆନ୍‌ ଓପନ୍‌ ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଏସୀୟ କ୍ରୀଡ଼ା ରୌପ୍ୟ ବିଜୟିନୀ ମାଂସପେଶୀ ଜନିତ ଆହତ ସମସ୍ୟା ଦେଖାଯିବାରୁ ସେ ଏହି ପ୍ରତିଯୋଗିତାରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ସେ କହିଛନ୍ତି ଯେ, ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ସମୟରେ ମୋ ଟେକ୍‌ଅଫ୍‌ରେ ଗୋଡ଼ ମାଂସପେଶୀ ଟାଣି ହୋଇଯାଇଥିଲା। ମୁଁ ସେ‌ତେବେଳେ ଭାବିଲି ଏହା ସାମାନ୍ୟ। କିନ୍ତୁ ଗତ ସୋମବାର ଅଭ୍ୟାସ ବେଳେ ଏହି ସମସ୍ୟା ପୁଣି ଦେଖାଦେଲା। ଯଦି ଏହା ଉପରେ ଅଧିକ ଜୋର୍‌ ଦେବି ଆଗକୁ ବେଶୀ ଅସୁବିଧା ହେବ। ପୂରାଠିକ୍‌ ହୋଇ ନଥିବାରୁ ମୁଁ ଏହି ପ୍ରତିଯୋଗିତାରୁ ଓହରିବାକୁ ନିଷ୍ପତ୍ତି ନେଇଛି ବୋଲି ୨୪ ବର୍ଷୀୟା ଆନ୍‌ସି କହିଛନ୍ତି।